ମୃତ ଯବାନଙ୍କ ୨୦ଲକ୍ଷ ହଡ଼ପ ପାଇଁ କୋର୍ଟ ରାୟ ଜାଲିଆତି

ଉଦଳା,୧୫ା୧୨(ସନ୍ତୋଷ କୁମାର ବାଛିନୀ): ଜଣେ ମୃତ ଯବାନଙ୍କ ଟଙ୍କା ହଡ଼ପ କରିବାକୁ ସାଙ୍ଘାତିକ କାଣ୍ଡ। କୋର୍ଟଙ୍କ ରାୟ, ବିଚାରପତିଙ୍କ ଦସ୍ତଖତ ଜାଲ୍‌ କରିବା ସହ ସରକାରୀ କାଗଜପତ୍ରକୁ ଜାଲିଆତି କରି ବ୍ଲୁ ପ୍ରିଣ୍ଟ କଲେ। ବିବାହ ବିଚ୍ଛେଦ ସାର୍ଟିଫିକେଟ ଜାଲିଆତି କରି ପ୍ରଥମେ ସ୍ତ୍ରୀଙ୍କୁ ଅଲଗା କରି ପରେ ଭାଉଜଙ୍କ ସହିତ ବିବାହ କରାଇ ଟଙ୍କା ଲୁଟିନେଲେ। ଏଭଳି ଘଟଣା ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ହୋଇଥିବାବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ଜାମୁଡିହା ଗ୍ରାମର ଯଦୁନାଥ ସିଂ ସିଆଇଏସ୍‌ଏଫ୍‌ରେ କନ୍‌ଷ୍ଟେବଲ ଭାବେ କାର୍ଯ୍ୟ କରୁଥିବାବେଳେ ୨୦୨୩ରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ସେହି ସମୟରେ ସ୍ତ୍ରୀ ମିନତି ସ୍ବାମୀ ଯଦୁନାଥଙ୍କଠାରୁ ଅଲଗା ରହୁଥିବାରୁ ତାଙ୍କ ମୃତ୍ୟୁ ପରେ ଭାଉଜ ଏବଂ ପୁତୁରା ଟଙ୍କା ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଯଦୁନାଥଙ୍କ ଟଙ୍କା ହଡ଼ପ କରିବା ପାଇଁ ଭାଉଜ ସୋମବାରୀ ସିଂ ଏବଂ ପୁତୁରା ନିଲମ ସିଂ ଉଦଳା କଚେରିରେ ମୋହରିର ବନମାଳୀ ସିଂ ଏବଂ ସରକାରୀ ଓକିଲ ପ୍ରତିମା ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଟଙ୍କା ହଡ଼ପ ପାଇଁ ପ୍ରଥମେ ଯଦୁନାଥ ଏବଂ ତାଙ୍କ ସ୍ତ୍ରୀ ମିନତିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ନେଇ ମିଛ କୋର୍ଟଙ୍କ ରାୟ ପ୍ରସ୍ତୁତ କରାଯାଇଥିଲା। ଏକ ବିବାହ ବିଚ୍ଛେଦ (ମେଟ ସୁଟ ନଂ. ୨୫/୨୦୨୧)ର ରାୟକୁ ଜାଲିଆତି କରି ସେଥିରେ ଯଦୁନାଥ ଏବଂ ମିନତିଙ୍କ ନାମକୁ ପକ୍ଷ ତାଲିକାରେ ଉଲ୍ଲେଖ କରିଥିଲେ। ଏପରି କି ଉକ୍ତ ମାମଲାର ବିଚାରପତି ଥିବା ନୀହାର ରଞ୍ଜନ ଲେଙ୍କାଙ୍କ ଦସ୍ତଖତ ଏବଂ ସିଲ୍‌କୁ ଜାଲିଆତି କରି ଏକ ମିଥ୍ୟା ଅର୍ଡର କପି ବାହାର କରିଥିଲେ। ପରେ ଏହାକୁ ଉଦଳା ସବ୍‌ରେଜିଷ୍ଟର କାର୍ଯ୍ୟାଳୟରେ ବିବାହ ପ୍ରମାଣପତ୍ର ନମ୍ବର – ୨୧୧୨୯୧୫୦୦୦୪୭କୁ ଜାଲିଆତି କରି ଯଦୁନାଥ ଏବଂ ଭାଉଜ ସୋମବାରୀଙ୍କ ଏକ ନକଲି ବିବାହ ସାର୍ଟିଫିକେଟ ମଧ୍ୟ ପ୍ରସ୍ତୁତ କରିଥିଲେ। ଏହି ଜାଲ୍‌ କାଗଜପତ୍ର ଦାଖଲ କରି ଯଦୁନାଥଙ୍କ ମୃତ୍ୟୁ ପରେ ୨୦ଲକ୍ଷ ଟଙ୍କା ହଡ଼ପ କରିଥିଲେ। କୋର୍ଟଙ୍କ ରାୟ ସହିତ ବିଚାରପତିଙ୍କ ଦସ୍ତଖତ ଓ ସିଲ୍‌ ଜାଲିଆତି କରିବାରେ କମ୍ପ୍ୟୁଟର ଦୋକାନୀ ବିଜୟ କୁମାର ପାତ୍ର ସହଯୋଗ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଆଇନଜୀବୀ ରବିନ ପଟ୍ଟନାୟକ ଏନେଇ ଉଦଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା(ନଂ. ୨୮୦/୨୪)ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତି ଥିବା ମୋହରିର ବନମାଳୀ ସିଂ, କମ୍ପ୍ୟୁଟର ଦୋକାନୀ ବିଜୟ କୁମାର ପାତ୍ରଙ୍କ ସମେତ ଭାଉଜ ସୋମବାରୀ ସିଂ ଏବଂ ପୁତୁରା ନିଲମ୍‌ ସିଂଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଏସବୁ ଜାଲିଆତିର ମୁଖ୍ୟ ସହଯୋଗୀ ସାଜିଥିବା ସରକାରୀ ଓକିଲ ପ୍ରତିମା ସାହୁଙ୍କୁ ଶନିବାର ଅପରାହ୍ନରେ ପୋଲିସ ଉଦଳା ପରିବା ହାଟ ନିକଟରୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି। ଏଭଳି ଏକ ଜାଲିଆତି ଘଟଣାରେ ଜଣେ ମହିଳା ଓକିଲଙ୍କ ସମ୍ପୃକ୍ତିକୁ ନେଇ ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ବସ ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ

କଟକ,୧୫ା୧୨: ମଧୁପାଟଣା ଥାନା ଅଧୀନ ଲିଙ୍କ୍‌ରୋଡ୍‌ ଛକରେ ଶନିବାର ରାତି ଏକ ମୋ ବସ୍‌ (ନଂ.ଓଡ଼ି୩୩ୟୁ-୭୧୧୧) ରେ ନିଆଁ ଲାଗି ଜଳି ଯାଇଥିଲା। ରବିବାର ବିଭାଗ...

ଯାତ୍ରାପାର୍ଟି ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଆହତ ଘଟଣା: ଅଟକ ରହିଲେ ମ୍ୟାନେଜର

ସାଲେପୁର,୧୫ା୧୨: ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଜଣ ଆହତ ହୋଇଥିବାବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ। ନିଜଆଡୁ ମାମଲା...

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଗୁରୁତର

ବଲାଙ୍ଗୀର, ୧୫।୧୨: (ସୁନିଲ ମହାନ୍ତି) ବଲାଙ୍ଗୀର ସହର ଉପକଣ୍ଠ ପଥରଚେପା ଠାରେ ଶନିବାର ରାତିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ରୁ ୪ ଜଣ ଗୁରୁତର...

ଘରୁ ଟାଣିଆଣି ୨ ଶିଶୁଙ୍କୁ ଦଳିଦେଲା ଦନ୍ତା

ବଣାଇ,୧୫।୧୨: ଘରୁ ଟାଣିଆଣି ୨ ଶିଶୁଙ୍କୁ ଦଳିଦେଲା ଦନ୍ତା। ଏଭଳି ଅଭାନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତାମଡ଼ା ରେଞ୍ଜ କଣ୍ଟାପାଲି ଗାଁ ମୁଣ୍ଡା ସାହିରେ...

ପଥଚାରୀଙ୍କ ଉପରେ ଓଲଟିଲା ବସ, ଜଣେ ମୃତ ୧୦ ଆହତ

ଭଦ୍ରକ,୧୫।୧୨(ସନାତନ ରାଉତ): ଭଦ୍ରକରୁ ଆନନ୍ଦପୁର ଯାଉଥିବା ଏକ ଯାତ୍ରୀବାହୀ ଅରୂପାନନ୍ଦ ବସ୍‌ ରବିବାର ସକାଳେ ଭାରସାମ୍ୟ ହରାଇଓଲଟି ପଡିଛି। ବନ୍ତ ଥାନା ଟିଲୋ ଜାଗୁଳାଇପଦା ଛକରେ...

୧୦ ଡିଗ୍ରୀ ତଳକୁ ଖସିଲା ପାରଦ: ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ସହ ଘନ କୁହୁଡି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଚଳିତ ବର୍ଷ ସରକାରୀ ରିପୋର୍ଟ ଅନୁସାରେ ପାରଦ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି। ରବିବାର ଭୋର ୬ ଟା ସୁଧା...

୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର

ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ...

ଭୋଗ ନାଁରେ ବିକ୍ରି ହେଉଛି ଅପମିଶ୍ରିତ ଖଜା

ପୁରୀ,୧୫ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଭୋଗ କହି ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ଅପମିଶ୍ରିତ ଖଜା, ଯାହାକୁ ନେଇ ସୁଆର-ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri