Categories: ଜାତୀୟ

କୋର୍ଟ ସେନାକୁ ପରିଚାଳନା କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୯: ସୁପ୍ରିମକୋର୍ଟ ଜଣେ ମହିଳା କର୍ଣ୍ଣେଲଙ୍କ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ କୋର୍ଟ ସେନାକୁ ପରିଚାଳନା କରିପାରିବେ ନାହିଁ। ଜଣେ ମହିଳା କର୍ଣ୍ଣେଲଙ୍କୁ ସୈନିକମାନଙ୍କର ଏକ କମ୍ପାନୀର ଦାୟିତ୍ୱ ଦିଆଯାଉଥିଲା। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଏହି ବେଞ୍ଚ ମିଳିତ ଭାବେ ତିନିଟି ମାମଲାର ଶୁଣାଣି କରିଥିଲେ। ଯେଉଁଥିରେ ସ୍ଥଳସେନାର ମହିଳା ଅଧିକାରୀଙ୍କ ଦ୍ୱାରା ଗୋଟିଏ ଏବଂ ନୌସେନାର ମହିଳା ଅଧିକାରୀଙ୍କ ଦ୍ୱାରା ଦୁଇଟି ଯାଚିକା ଦାଖଲ କରାଯାଇଥିଲା।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏହି ପିଟିସନରେ ପଦୋନ୍ନତି ସମେତ ଅନେକ ପ୍ରସଙ୍ଗ ଉଠାଯାଇଥିଲା ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ମୀନାକ୍ଷୀ ଆରୋରା କୋର୍ଟଙ୍କୁ ଜଣାଇଥିଲେ ଯେ ଜଣେ ମହିଳା କର୍ଣ୍ଣେଲଙ୍କୁ ଏକ କମ୍ପାନୀର ଦାୟିତ୍ୱ ଦିଆଯାଇଛି, ଯେତେବେଳେ କି ଏହା ସାଧାରଣତ ଜଣେ ମେଜର ପଦବୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଏହା ଉପରେ ବେଞ୍ଚ କହିଛନ୍ତି ଯେ ଆମେ ବର୍ତ୍ତମାନ ସେନାର କାର୍ଯ୍ୟକଳାପ ପରିଚାଳନା କରିପାରିବୁ ନାହିଁ।

ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି ଯେ ଆମେ ଆଇନଗତ କାର୍ଯ୍ୟରେ ହସ୍ତକ୍ଷେପ କରୁଛୁ। ସେନାର କମାଣ୍ଡ ଷ୍ଟ୍ରକଚର କାର୍ଯ୍ୟ ଆମେ କରିପାରିବୁ ନାହିଁ। ତେବେ ଏହାକୁ ନେଇ ଆରୋରା କହିଛନ୍ତି ସେନାରେ ଜଣେ କର୍ଣ୍ଣେଲ ଥିବା ମହିଳା ଅଧିକାରୀଙ୍କୁ ଏକ ସ୍ଥାୟୀ କମିଶନ ଦିଆଯାଇଛି ଯାହା ଏକ ଅପମାନ। ତେବେ କୋର୍ଟ ସେପ୍ଟେମ୍ବର ୨୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

 

Share