Categories: ଜାତୀୟ

ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟକୁ କୋର୍ଟ ବିଚାର ପାଇଁ ଗ୍ରହଣ ପାରିବେ ନାହିଁ: ହାଇକୋର୍ଟଙ୍କ ନିର୍ଦ୍ଦେଶ…

ମୁମ୍ବାଇ,୨୮।୧୧ : ବମ୍ବେ ହାଇକୋର୍ଟ କହିଛନ୍ତି ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟ ଜନସ୍ବାର୍ଥ ମାମଲା(ପିଆଇଏଲ)ଯୁକ୍ତିର ଅଂଶ ହୋଇପାରିବ ନାହିଁ। ମଙ୍ଗଳବାର ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ପିଟିଶନରେ ଦାବି କରାଯାଇଥିଲା ପ୍ରତିବର୍ଷ ମହାରାଷ୍ଟ୍ରରେ ଅସୁରକ୍ଷିତ ଜଳ ନିଷ୍କାସନ ପରିଚାଳନା ଯୋଗୁଁ ୧୫୦୦-୨୦୦୦ଲୋକଙ୍କର ମୃତ୍ୟୁ ଘଟୁଛି। ମୁଖ୍ୟ ବିଚାରପତି ଡି.କେ ଉପାଧ୍ୟାୟ ଏବଂ ଜଷ୍ଟିସ ଆରିଫ ଡାକ୍ତରଙ୍କ ଡିଭିଜନ ବେଞ୍ଚ ଅଜିତ ସିଂ ଘୋରପେଡଙ୍କ ଏହି ପିଆଇଏଲ ଶୁଣିବାକୁ ମନା କରି ଦେଇଛନ୍ତି।

ଜଳ ନିଷ୍କାସନ ପରିଚାଳନାର ସୁରକ୍ଷା ପାଇଁ ପିଆଇଏଲରେ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। ଶୁଣାଣି ସମୟରେ ବେଞ୍ଚ ଆବେଦନକାରୀଙ୍କ ଓକିଲ ମନିନ୍ଦର ପାଣ୍ଡେଙ୍କୁ ପଚାରିଥିଲେ ଅସୁରକ୍ଷିତ ଜଳ ନିଷ୍କାସନ ଯୋଗୁଁ ପ୍ରତିବର୍ଷ ଯେଉଁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟୁଛି ବୋଲି ଉଲ୍ଲେଖ କରାଯାଇଛି ସେହି ତଥ୍ୟ ଆପଣ କେଉଁଠାରୁ ହାସଲ କରିଛନ୍ତି। ବଏହା ଉପରେ ଓକିଲ କହିଥିଲେ ସେ ଏହି ଖବର କିଛି ଖବରକାଗଜ ଏବଂ ସୋସିଆଲ ମିଡିଆରୁ ପାଇଛନ୍ତି।

ଏହା ଉପରେ ହାଇକୋର୍ଟ କହିଛନ୍ତି ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟ ପିଆଇଏଲ ଯୁକ୍ତିର ଅଂଶ ହୋଇପାରିବ ନାହିଁ। କୋର୍ଟ ଆବେଦନକାରୀଙ୍କୁ ତାଗିଦ କରି କହିଛନ୍ତି, ଆପଣ କିପରି ଏତେ ବେପରୁଆ ହୋଇ ନ୍ୟାୟପାଳିକାର ସମୟ ନଷ୍ଟ କରୁଛନ୍ତି। ଏହା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯଦି କେହି ପିକନିକ କରିବାକୁ ଯାଇ ହଠାତ ବୁଡ଼ିଗଲେ, ତେବେ ଏହା କିପରି ଧାରା ୧୪ ଏବଂ ୨୧ ଅନୁଯାୟୀ ମୌଳିକ ଅଧିକାରର ଉଲ୍ଲଂଘନ ହେବ? କୋର୍ଟ ପଚାରିଛନ୍ତି, ଆପଣ ଚାହୁଁଛନ୍ତି କି ପ୍ରତ୍ୟେକ ଝରଣା ଏବଂ ଜଳ ଉତ୍ସ ନିକଟରେ ପୋଲିସ ନିୟୋଜିତ କରାଯିବ? ସମ୍ପୂର୍ଣ୍ଣ ତଥ୍ୟ ସହିତ ଆବେଦନ କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି।

Share