Categories: ଜାତୀୟ

ଏଫଆଇଆରରେ ବିଳମ୍ବ ହେଲେ କୋର୍ଟଙ୍କୁ ସତର୍କ ରହିବା ଜରୁରୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୯ : ସୁପ୍ରିମକୋର୍ଟ ଏକ ମାମଲାରେ ରାୟ ଦେବାବେଳେ କହିଛନ୍ତି ଯେତେବେଳେ ମାମଲାର ଏଫଆଇଆର୍‌ ପଞ୍ଜୀକରଣରେ ବିଳମ୍ବ ହୁଏ ଏବଂ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥାଏ, ତେବେ ଏପରି ପରିସ୍ଥିତିରେ କୋର୍ଟ ସତର୍କ ରହିବା ସହ ପ୍ରମାଣକୁ ଯତ୍ନର ସହ ଯାଞ୍ଚ କରିବା ଉଚିତ।

ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାବେଳେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ୧୯୮୯ ରେ ହତ୍ୟା ମାମଲାରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି। ଅଭିଯୋଗ ହୋଇଥିଲା ଦୁଇ ଅଭିଯୁକ୍ତ ୨୫ ଅଗଷ୍ଟ ୧୯୮୯ ରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପରଦିନ ବିଲାସପୁର ଜିଲାରେ ଏ ବାବଦରେ ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲା।

ଶୀର୍ଷ କୋର୍ଟ ରାୟରେ କହିଛନ୍ତି ଯେତେବେଳେ ଏଫଆଇଆର ରେଜିଷ୍ଟ୍ରେଶନରେ ବିଳମ୍ବ ହୁଏ ଏବଂ ଏହା ଯଥାର୍ଥ ନୁହେଁ, ସେତେବେଳେ କୋର୍ଟ ସତର୍କ ହେବା ଉଚିତ ଏବଂ ଉପସ୍ଥାପିତ ପ୍ରମାଣକୁ ସଠିକ ଭାବରେ ଯାଞ୍ଚ କରିବା ଜରୁରୀ। ବିଶେଷତଃ ଯେଉଁଠାରେ ପ୍ରତ୍ୟକ୍ଷଦର୍ଶୀ ରହିବାର ସମ୍ଭାବନା କମ ଥାଏ।

Share