ପରସ୍ପରକୁ ବିବାହ କଲେ ଦୁଇ ଭଉଣୀ

ରାଞ୍ଚି,୬।୧୨: ଝାଡଖଣ୍ଡର ରାଜଧାନୀ ରାଞ୍ଚିଠାରୁ ୧୬୦ କିମି ଦୂର କୋଡରମା ଜିଲାରେ ଏକ ନିଆରା ଘଟଣା ଘଟିଛି। ଏଠାରୁ ଦୁଇ ସମ୍ପର୍କୀୟ ଭଉଣୀ ସାତ ଜନମର ସାଥୀ ହୋଇଛନ୍ତି। ଗତ ୫ ର୍ବେ ଉଭୟ ପ୍ରେମ କରୁଥିଲେ। ଗତ ମାସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୁହେଁ ଝମରୀ ତିଲୈୟାରେ ରୁହନ୍ତି। କିନ୍ତୁ ଟାହିଟାପରାରୁ ବର୍ତ୍ତିବା ପାଇଁ ଉଭୟ ଏବେ ଅନ୍ୟ ଏକ ସହରରେ ରହିବାକୁ ଚାହୁଁଛନ୍ତି। ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ବୟସ ୨୪ ହୋଇଥିବାବେଳେ ଅନ୍ୟ ଜଣେ ୨୦ ବର୍ଷୀୟା। ଜଣେ ଭଉଣୀ ଗ୍ରାଜୁଏଶନ ଏବଂ ଆଉ ଜଣେ ଏକାଦଶ ପର୍ଯ୍ୟନ୍ତ ପଢିଛନ୍ତି। ବିବାହ ପରେ ଦମ୍ପତି କହିଛନ୍ତି, ଯେତେ ବାଧାବିଘ୍ନ ଆସୁ ପଛେ ଆମେ ପରସ୍ପରର ସାଥ୍‌ ଦେବୁ। ଲେସ୍‌ବିଆନ୍‌ ଦମ୍ପତି କହିବାରେ ଆମକୁ ଆଦୌ ଲାଜ ଲାଗେ ନାହିଁ। ପରିବାର ଲୋକଙ୍କୁ ନ ଜଣାଇ ଉଭୟ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ଚଳିତବର୍ଷ ନଭେମ୍ବର ୮ରେ ଥିବା ଏକ ଶିବ ମନ୍ଦିରରେ ବିବାହ କରିଛନ୍ତି। ନ୍ୟୁୟର୍କରେ ରହୁଥିବା ଅଞ୍ଜଳି ଚକ୍ରବତୀ ଏବଂ ସୁଫି ସ୍ୟାଣ୍ଡଲସ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇ ସମଲିଙ୍ଗୀ ବିବାହ କରିଥିବା ଉଭୟ କହିଛନ୍ତି।

Share