କୋଭାକ୍ସିନ-କୋଭିଶିଲ୍ଡର ହେବ ମିଶ୍ରଣ ବ୍ୟବହାର ପରୀକ୍ଷା

ନୂଆଦିଲ୍ଲୀ,୩୧ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଟିକାକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଉଛି। ଭାରତ ନିକଟରେ ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ରହିଛି। ତେବେ ଦେଶରେ ଏହି ଦୁଇ ଅଲଗା ଅଲଗା ଟିକାକୁ ମିଶାଇ ଟ୍ରାୟଲ କରାଯିବ।

ଏହା ୮ଟି ଭାକ୍ସିନ ଉପରେ ପରୀକ୍ଷା କରାଯିବ। ଏହାର ମିଶ୍ରଣ ଦ୍ୱାରା ଜଣାପଡ଼ିବ ଏହା ଶରୀର ଉପରେ କି ପ୍ରକାର ପ୍ରଭାବ ପକାଉଛି। ଏହାର ପ୍ରତିରୋଧକ କ୍ଷମତା ବଢୁଛି ନା ନାହିଁ।

ନ୍ୟାଶନାଲ ଟେକ୍ନିକାଲ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନର(NTAGI)ର ଚେୟାରମ୍ୟାନ୍‌ ଡାକ୍ତର ଏନ୍‌କେ ଆରୋରାଙ୍କ କହିବା ଅନୁଯାୟୀ, ଏହି କାମ କିଛି ସପ୍ତାହ ମଧ୍ୟରେ ଆରମ୍ଭ ହେବ। ଭାରତରେ ରୁଷିଆର ସ୍ପୁଟନିକ୍‌ ବି ଭାକ୍ସିନ ମଧ୍ୟ ଜୁନ୍‌ ଦ୍ୱିତୀୟ ସପ୍ତାହରେ ଉପଲବ୍ଧ ହେବ।

Share