Categories: ଜାତୀୟ

୭ରୁ ୧୧ ବର୍ଷ ପିଲାଙ୍କ ପାଇଁ କୋଭୋଭାକ୍ସକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬: ସିରମ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭୋଭାକ୍ସକୁ ୭ରୁ ୧୧ ବର୍ଷ ବୟସ ପିଲାଙ୍କ କ୍ଷେତ୍ରରେ ଜଜୁରିକାଳୀନ ବ୍ୟବହାର ପାଇଁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ଟିକାକୁ ମଞ୍ଜୁରୀ ଦିଆଯିବା ନେଇ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ସିଏସ୍‌ଡିସିଓ ପକ୍ଷରୁ ଆବେଦନ କରାଯାଇଥିଲା। ମାର୍ଚ୍ଚ ୧୬ରେ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ର ସରକାରୀ ଯୋଗାଣ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଆବଶ୍ୟକ ଦସ୍ତାବିଜ୍‌ ଡିସିଜିଆଇ ନିକଟରେ ଉପସ୍ଥାପନ କରିଥିଲେ। ଏ ସଂକ୍ରାନ୍ତରେ ଏପ୍ରିଲ ମାସରେ ଏକ୍ସପର୍ଟ କମିଟି ବୈଠକ ଅନୁଷ୍ଟିତ ହୋଇଥିଲା। ଗତବର୍ଷ ଡିସେମ୍ବର ୨୮ରେ ୧୨ରୁ ୧୭ ବର୍ଷ ବୟସ ବର୍ଗଙ୍କ କ୍ଷେତ୍ରରେ କୋଭୋଭାକ୍ସ କରୋନା ଟିକାର ଏମର୍ଜେନ୍ସି ବ୍ୟବହାର ଲାଗି ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛିା।

Share