Categories: ଜାତୀୟ

ଦିଲ୍ଲୀ ଏମ୍ସରେ ଛୁଆଙ୍କ ଉପରେ ହେବ ଟିକା ପରୀକ୍ଷା

ନୂଆଦିଲ୍ଲୀ, ୧୪।୬: ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ତଥା ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ଦିଲ୍ଲୀ ଏମ୍ସରେ ମଙ୍ଗଳବାରଠାରୁ ୬ରୁ ୧୨ ବର୍ଷ ବୟସର ପିଲାମାନଙ୍କଠାରେ କରାଯିବ। ପୂର୍ବରୁ ପାଟନାସ୍ଥିତ ଏମ୍ସରେ ପିଲାମାନଙ୍କ ଠାରେ ଏହି ଟିକାର ପରୀକ୍ଷା ଆରମ୍ଭ ହୋଇଥିଲା। ଯାଞ୍ଚ ରିପୋର୍ଟ ଆସିବା ପରେ ଅଂଶଗ୍ରହଣକାରୀ ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯିବ। ୧୨ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନଙ୍କଠାରେ ସିଙ୍ଗଲ୍‌ ଡୋଜ୍‌ କୋଭାକ୍ସିନର ପରୀକ୍ଷା ଶେଷ ହେବା ପରେ ଏବେ ୬ରୁ ୧୨ ବର୍ଷର ପିଲାଙ୍କଠାରେ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହା ପରେ ୨ରୁ ୬ ବର୍ଷର ପିଲାଙ୍କୁ ପରୀକ୍ଷାରେ ସାମିଲ କରାଯିବ। ମୋଟ ୫୨୫ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

Share