ନାକରେ ନେବାକୁ ପଡ଼ିବ କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୧୧।୧୧: ଭାରତ ବାୟୋଟେକର ମୁଖ୍ୟ ତଥା ଭାରତର ପ୍ରଥମ ଆଣ୍ଟି-କରୋନାଭାଇରସ ଟିକା କୋଭାକ୍ସିନ’ର ବିକାଶକାରୀ କୃଷ୍ଣ ଏଲ୍ଲା କହିଛନ୍ତି ଯେ କୋଭିଡ -୧୯ ଟିକାର ଦ୍ୱିତୀୟ ଡୋଜ୍‌ର ୬ ମାସ ପରେ ତୃତୀୟ ଡୋଜ ଦିଆଯିବା ଉଚିତ। ତେବେ ତୃତୀୟ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ନାକରେ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଭାରତ ବାୟୋଟେକ୍‌ ପୃଥିବୀରେ ’ଜିକା’ ଭୂତାଣୁ ପ୍ରତିରୋଧୀ ପ୍ରଥମ ଟିକା ୨୦୧୪ରେ ତିଆରି କରିଥିବା ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ କମ୍ପାନୀ ଶୀଘ୍ର ନାଜାଲ ଟିକାକୁ ବୁଷ୍ଟର ଡୋଜ ଭାବରେ ଆଣିବାକୁ ଚିନ୍ତା କରୁଛି।

ତୃତୀୟ ଡୋଜ ପାଇଁ ଭାରତରେ ଏବେ ସର୍ବୋତ୍ତମ ସମୟ ସୃଷ୍ଟି ହୋଇଥିବା ସେ କହିଛନ୍ତି। ନାଜାଲ ଭ୍ୟାକ୍ସିନ୍‌ ଉପରେ ପୃଥିବୀର ବହୁ ରାଷ୍ଟ୍ର ଗବେଷଣା ଜାରି ରଖିଥିବା ସେ କହିଛନ୍ତି।

ସେ କହିଛନ୍ତି, ବୁଷ୍ଟର ଡୋଜ୍‌ ଦ୍ୱାରା ସଂକ୍ରମଣକୁ ରୋକିବା ହେଉଛି ଏକମାତ୍ର ଉପାୟ। ନାକରେ ବୁଷ୍ଟର ଡୋଜ୍‌ ନେଲେ ଏହା ବେଶ୍‌ ପ୍ରଭାବଶାଳୀ ହେବା ସହିତ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସଫଳ ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି।

Share