ନୂଆଦିଲ୍ଲୀ,୧୯ ।୧:କରୋନା ଭାଇରସଠାରୁ ଦୂରେଇ ରହିବାକୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ ଟିକାକୁ ନେଇ ଲୋକଙ୍କୁ ଚେତାବନୀ ଦେଉଛି । କମ୍ପାନୀ କହିଛି ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ଅବା ଯେଉଁମାନେ କୌଣସି ଜଟିଳ ରୋଗ ପାଇଁ ଔଷଧ ଗ୍ରହଣ କରୁଛନ୍ତି ସେମାନେ କରୋନା ଟିକା ନିଅନ୍ତୁ ନାହିଁ । ଏକ ଫ୍ୟାକ୍ଟସିଟ୍ ଜାରି କରି କମ୍ପାନୀ ଏହା କହିଛି । ଭାରତ ବାୟୋଟେକର ଭ୍ୟାକ୍ସିନ କୋଭିସିଲ୍ଡକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ(ଡିସିଜିଆଇ) ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଏବେବି ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ତେଣୁ ସୋମବାର ଏକ ଫ୍ୟାକ୍ଟସିଟ୍ ଜାରି କରି କମ୍ପାନୀ କହିଛି ଯେଉଁମାନଙ୍କର ଆଲର୍ଜି, ଜ୍ୱର, ବ୍ଲିଡିଂ ଡିସଅଡର, ରୋଗ ପ୍ରତିରୋଧକ ଶକ୍ତି କମ୍ ଓ ଯେଉଁମାନେ କୌଣସି ଜଟିଳ ରୋଗ ପାଇଁ ଔଷଧ ଗ୍ରହଣ କରୁଛନ୍ତି ସେମାନେ କରୋନା ଟିକା ନିଅନ୍ତୁ ନାହିଁ । ଏହାସହ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା ମଧ୍ୟ ଏହା ନେବା ଠିକ୍ ନୁହେଁ ।