Categories: ଜାତୀୟ

‘କୋଭାକ୍ସିନ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ’

ନୂଆଦିଲ୍ଲୀ,୧୫।୧: କୋଭିଡ୍‌-୧୯ ସହ ଲଢ଼ିବା ପାଇଁ ଭାରତ ବାୟୋଟେକ, ଇଣ୍ଡିଆନ କାଉନ୍ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଓ ନ୍ୟାଶନାଲ ଇନଷ୍ଟିଚ୍ୟୁ ଅଫ୍‌ ଭିରୋଲୋଜି ଦ୍ୱାରା ପ୍ରସ୍ତୁତ ହୋଇଛି କୋଭାସ୍କିନ। ଭାରତ ବାୟୋଟେକର ବାୟୋସଫେଟି ସ୍ତର – ୩ ବାୟୋକଣ୍ଟେନମେଣ୍ଟ ବ୍ୟବସ୍ଥାରେ ଏହି ଭାକ୍ସିନ ପ୍ରସ୍ତୁତ ହୋଇଛି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି ଭାକ୍ସିନର ଟିକାକରଣ ପ୍ରକ୍ରିୟା। ଏଥି ପୂର୍ବରୁ ଭାରତ ବାୟୋଟେକର ଅଧ୍ୟକ୍ଷ ତଥା ମ୍ୟାନେଜିଂ ଡିରେକ୍ଟର ଡ. କ୍ରୀଷ୍ଣା ଏଲା ଏକ ବଡ଼ ବୟାନ ଦେଇଛନ୍ତି।

ଏହି ଭାକ୍ସିନ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ। ତା’ଠୁ କମ୍‌ ବୟସ୍କ ପିଲାଙ୍କ ଲାଗି ନୁହେଁ। ଛୋଟ ପିଲାଙ୍କ ଉପରେ ଏହି ଭାକ୍ସିନ ବ୍ୟବହାର ହୋଇ ପାରିବ କି ନାହିଁ, ତାର ରିସର୍ଚ୍ଚ କରାଯାଇ ନାହିଁ। ଏଥି ନେଇ ପ୍ରାୟ ୬ ମାସ ଲାଗିପାରେ। ୧୮ ବର୍ଷରୁ କମ୍‌ ବୟସ ପିଲାଙ୍କ ଉପରେ କୋଭାକ୍ସିନର ଟ୍ରାଏଲ ମଧ୍ୟ କରାଯାଇଛି ବୋଲି ସେ କହିଛନ୍ତି। କିନ୍ତୁ ଛୁଆଙ୍କୁ ଏହି ଭାକ୍ସିନ ଦିଆଯିବାକୁ ଅନୁମତି ନ ଥିବା ସେ ସ୍ପଷ୍ଟ କରିଛନ୍ତି ଡ. କ୍ରୀଷ୍ଣା।

Share