Categories: ଜାତୀୟ

ଦୁଇ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଆରମ୍ଭ ହେବ ଭାକ୍ସିନ ଟ୍ରାଏଲ

ନୂଆଦିଲ୍ଲୀ, ୧୮।୫ : ଆସନ୍ତା ୨ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ଉପରେ କୋଭିଡ୍‌-୧୯ ଟିକା କୋଭାକ୍ସିନର ପରୀକ୍ଷା ଆରମ୍ଭ ହେବ। ଏ ନେଇ ନୀତି ଆୟୋଗ ସଦସ୍ୟ ଡ. ଭି କେ ପଲ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହି ପରୀକ୍ଷଣ ପାଇଁ କୋଭାକ୍ସିନକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)ଙ୍କ ଠାରୁ ମିଳିସାରିଛି ଅନୁମତି।

ପ୍ରଥମ ଥର ପାଇଁ ଦେଶରେ ପିଲାଙ୍କ ଉପରେ କୋଭିଡ୍‌-୧୯ ଟିକା ପରୀକ୍ଷା କରାଯିବ। ପରୀକ୍ଷଣରେ ପିଲାଙ୍କୁ ପ୍ରଥମ ଓ ୨୮ତମ ଦିନରେ ଦିଆଯିବ ଦୁଇଟି ଡୋଜ। ଦିଲ୍ଲୀ, ଏମ୍ସ, ପାଟଣା ଓ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସରେ ଏହି ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

ସବଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି) ପକ୍ଷରୁ କରାଯାଇଥିବା ସୁପାରିଶକୁ ଦେଶର ଡ୍ରଗ୍ସ କଣ୍ଟ୍ରୋଲର ଗ୍ରହଣ କରିବା ସହ ଭାରତ ବାୟୋଟେକକୁ ୨ରୁ ୧୮ ବର୍ଷର ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବା ପାଇଁ ଅନୁମତି ଦେଇଛନ୍ତି। ୫୨୫ ସୁସ୍ଥ ଭଲ୍ୟୁଣ୍ଟର୍ସଙ୍କ ଉପରେ ଏହି ପରୀକ୍ଷା ପରାଯିବ।

Share