Categories: ଜାତୀୟ

‘କୋଭାକ୍ସିନ୍‌’ ଟିକାକୁ ନେଇ ଆସିଲା ଖୁସିଖବର

ନୂଆଦିଲ୍ଲୀ,୯।୭: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ ପାଇଁ ଏକ ଖୁସିଖବର ରହିଛି। ଖୁବ୍‌ଶୀଘ୍ର କୋଭାକ୍ସିନ୍‌କୁ ମିଳିପାରେ ଡବ୍ଲୁଏଚ୍‌ଓ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ ) ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘କୋଭାକ୍ସିନ’ର ଅନ୍ତିମ ପର୍ଯ୍ୟାୟ ତଥ୍ୟ ଭଲ ରହିଛି। ଫଳରେ ଖୁବ୍‌ଶୀଘ୍ର କୋଭାକ୍ସିନ୍‌କୁ ଡବ୍ଲୁଏଚ୍‌ଓ ମଞ୍ଜୁରୀ ମିଳିବାର ଆଶା ରହିଛି। ସେ କହିଛନ୍ତି ଯେ ଟୀକାକରଣର ସାମଗ୍ରିକ କାର୍ଯ୍ୟକାରିତା ଏକାଧିକ ପ୍ରକାର ବିରୁଦ୍ଧରେ ପ୍ରଭାବଶାଳୀ ଅଟେ। ଯଦିଓ ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ଏହାର ପ୍ରଭାବ ଆଶା କରାଯାଉଥିବା ଠାରୁ କମ୍‌ ରହିଛି କିନ୍ତୁ ତଥାପି ଏହା ବହୁତ ଭଲ। ସ୍ବାମୀନାଥନ ଆହୁରି ମଧ୍ୟ କହିଛନ୍ତି ଯେ, କୋଭାକ୍ସିନର ସୁରକ୍ଷା ପ୍ରୋଫାଇଲ ଏପର୍ଯ୍ୟନ୍ତ ଡବ୍ଲୁଏଚ୍‌ଓ ମାନକ ପୂରଣ କରୁଛି। ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ଟିକା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ଆମେ ଯଥାସମ୍ଭବ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି।

Share