କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି । ବିଦେଶରୁ ଫେରିଥିବା ବ୍ୟକ୍ତି କରୋନା ପରୀକ୍ଷା କରିବା ସହ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ହେଲେ କିଛି ଲୋକେ ଏହାକୁ ନେଇ ଭୟଭିତ ହେବା ସହ କ୍ୱାରାଣ୍ଟାଇନରେ ରହିବା ବଦଳରେ ବାହାରେ ବୁଲୁଥିବା ନଜର ଆସିଛି । ଯେଉଁମାନେ କ୍ୱାରାଣ୍ଟାଇନରେ ରହିବେ ସେମାନଙ୍କୁ ୧୦୪ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟଗତ ସେବା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚାଲନ୍ତୁ ଜାଣିବା କିଭଳି ସେବା ଯୋଗାଇ ଦେଉଛି୧୦୪ ।