ନୂଆଦିଲ୍ଲୀ,୩।୭(ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଆଉଏକ ମେଗା ଇଭେଣ୍ଟ ବାତିଲ ହୋଇଛି। ଶୁକ୍ରବାର ହିରୋ ଇଣ୍ଡିଆନ୍ ଗଲ୍ଫ ଟୁର୍ନାମେଣ୍ଟର ୨୦୨୦ ସଂସ୍କରଣକୁ ବାତିଲ କରାଯାଇଛି ଭାରତୀୟ ଗଲ୍ଫ ୟୁନିୟନ ଅଧ୍ୟକ୍ଷ ଦେବାଙ୍ଗ ଶାହା କହିଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଆମେ ଏହି ଇଭେଣ୍ଟକୁ ଚଳିତ ବର୍ଷ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ। ପ୍ରଥମେ ଏହି ଟୁର୍ନାମେଣ୍ଟ ଗତ ମାର୍ଚ୍ଚମାସରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କାରୋନ ଭାଇରସ ସଂକ୍ରମଣ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଚଳିତବର୍ଷ ଶେଷ ଆଡକୁ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଏହାକୁ ବାତିଲ କରିବାକୁ ଭାରତୀୟ ଗଲ୍ଫ ୟୁନିୟନ ବାଧ୍ୟ ହୋଇଛି।