Categories: ଜାତୀୟ

ଆମେରିକାରୁ ଆସିଲା ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୬।୪: ଆମେରିକା ପଠାଇଥିବା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ସୋମବାର ଭାରତରେ ପହଞ୍ଚିଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଦିଲ୍ଲୀରେ ପହଞ୍ଚି ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତିା

କରୋନା ସହ ଲଢୁଥିବା ଭାରତ ପାଇଁ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଡାକ୍ତରୀ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସ ରବିବାର ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଟୁଇଟ କରି ଜୋ ବାଇଡେନ କହିଥିଲେ, ମହାମାରୀର ପ୍ରାରମ୍ଭିକ ସମୟରେ ଆମେରିକାର ହସ୍ପିଟାଲକୁଡିକରେ ପ୍ରାୟ ଉପକରଣ ଶେଷ ହୋଇଯାଇଥିବା ବେଳେ ଭାରତ ସହାୟତାର ହାତ ବଢାଇଥିଲା। ସେହିପରି ଆବଶ୍ୟକ ବେଳେ ଆମେରିକା ଭାରତକୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ଉପରାଷ୍ଟ୍ରପତି କମଳା ହାରିସ ମଧ୍ୟ ଟୁଇଟ କରି କହିଥିଲେ, କୋଭିଡ-୧୯ର ଦୃତ ସଂକ୍ରମଣ ବେଳେ ତୁରନ୍ତ ଅତିରିକ୍ତ ସହାୟତା ଏବଂ ସାମଗ୍ରୀ ଯୋଗାଣ ନେଇ ଆମେରିକା ଏବଂ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଭାରତର ସାହସୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଭାରତବାସୀଙ୍କ ପାଇଁ ଆମେରିକା ପ୍ରାର୍ଥନା କରୁଛି।

Share