Categories: ଜାତୀୟ

କରୋନାର ନୂଆ ଭାରିଆଣ୍ଟକୁ ନେଇ ଆଲର୍ଟରେ ପଞ୍ଜାବ ସରକାର, ଜାରି କଲେ କୋଭିଡ ଆଡଭାଇଜରୀ

ଚଣ୍ଡିଗଡ,୨୩।୧୨: ଦେଶରେ ବଢୁଥିବା କରୋନା ମାମଲାକୁ ନେଇ ପଞ୍ଜାବ ସରକାର ମଧ୍ୟ ସତର୍କ ରହିଛନ୍ତି। ପଞ୍ଜାବ ସରକାରଙ୍କ ପକ୍ଷରୁ କୋଭିଡ ଆଡଭାଇଜରୀ ଜାରି କରାଯାଇଛି । ଜାରି କରାଯାଇଥିବା ଆଡଭାଇଜରୀ ଅନୁଯାୟୀ, ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହା ସହିତ କୁହାଯାଇଛି ଯେ, ଭାରତର ଅନେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍‌.୧ ମାମଲା ମାମଲା ବୃଦ୍ଧି ପାଇଛି। ତେଣୁ ରାଜ୍ୟର ସମସ୍ତ ଲୋକଙ୍କୁ କୋଭିଡ ଆଡଭାଇଜରୀ କଡାକଡି ପାଳନ କରିବାକୁ ପଡ଼ିବ।

ଆଇଭାଇଜରୀରେ କୁହାଯାଇଛି, ଲୋକଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡିବ। ଡାକ୍ତର, ପାରାମେଡିକ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା ସହ ଏବଂ ରୋଗୀମାନଙ୍କର ଯତ୍ନ ନେବାବେଳେ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବେ। ଛିଙ୍କ ଏବଂ କାଶ କରିବା ସମୟରେ ନାକ ଏବଂ ପାଟିକୁ ରୁମାଲ / ଟିସୁରେ ଘୋଡାଇବା ଉଚିତ୍‌। ବ୍ୟବହୃତ ଟିସୁ ବ୍ୟବହାର ପରେ ତୁରନ୍ତ ଏକ ବନ୍ଦ ପାତ୍ରରେ ଫୋପାଡି ଦେବା ଆବଶ୍ୟକ। ବାରମ୍ବାର ହାତ ଧୋଇବା ଅଭ୍ୟାସ କରନ୍ତୁ।

Share