Categories: ଜାତୀୟ

ସୁସ୍ଥହେବାର ୩ ମାସ ପରେ ଟିକା ନେବେ କୋଭିଡ୍‌ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୯।୫: କରୋନାରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ୩ ମାସ ପରେ କୋଭିଡ୍‌ ଟିକା ନେଇପାରିବେ। ସେହିପରି ପ୍ରଥମ ଡୋଜ୍‌ ଟିକା ନେବା ପରେ ଯଦି ଜଣେ ଭୂତାଣୁ ସଂକ୍ରମିତ ହୁଅନ୍ତି, ତେବେ ତାଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ ୩ ମାସ ଅପେକ୍ଷା କରିବାକୁ ପଡ଼ିବ। ନୀତି ଆୟୋଗ ସଦସ୍ୟ ଡ. ଭି.କେ. ପଲ୍‌ଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ଟିକାକରଣ ପାଇଁ ଗଠିତ ଜାତୀୟ ବିଶେଷଜ୍ଞ ଦଳ(ଏନ୍‌ଇଜିଭିଏସି)ର ନିଷ୍ପତ୍ତି କ୍ରମେ ବୁଧବାର କେନ୍ଦ୍ର ସରକାର ଏହା ଘୋଷଣା କରିଛନ୍ତି। ସେହିପରି ସ୍ତନ୍ୟପାନ କରାଉଥିବା ମହିଳା ଟିକା ନେଇପାରିବେ ବୋଲି ବିଶେଷଜ୍ଞ ଦଳ ସୁପାରିସ କରିଛନ୍ତି। ପୂର୍ବରୁ କରୋନାରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି କେବେ ଟିକା ନେବେ, ତା’ର କୌଣସି ନିର୍ଦ୍ଦିଷ୍ଟ ବ୍ୟବଧାନ ସ୍ଥିର ହୋଇ ନ ଥିଲା। ରୋଗୀଙ୍କ ଅବସ୍ଥାକୁ ଦେଖି ଡାକ୍ତର ୨ରୁ ୪ ସପ୍ତାହ ପରେ ଟିକା ନେବା ପାଇଁ ପରାମର୍ଶ ଦେଉଥିଲେ।

Share