Advertisement

ଏଣିକି ବିମାନରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭।୮: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) କଠୋର ହୋଇଛି। ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ ଭାବରେ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ପିନ୍ଧୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଡିଜିସିଏ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ ଯାତ୍ରୀମାନଙ୍କୁ ମଧ୍ୟ ସାନିଟାଇଜ୍‌ କରାଯିବା ସହ ବିମାନବନ୍ଦରରେ ସେମାନଙ୍କୁ ଯାଞ୍ଚ କରାଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଦେଶର ଅନେକ ରାଜ୍ୟରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି। ରାଜଧାନୀ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତ କିଛି ଦିନ ହେବ ଦିଲ୍ଲୀରେ ଦୈନିକ ୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share