କରୋନା କାଳରେ କେବଳ ଏହି କାରଣ ପାଇଁ ବଢୁଛି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା

କରୋନାର ଦ୍ୱିତୀୟ ଲହରି ଖାଲି ଯେ, ଆମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ତାହା ନୁହେଁ, ଏହା ମାନସିକ ସ୍ତରରେ ମଧ୍ୟ ବେଶ୍‌ ପ୍ରଭାବ ପକାଉଛି। ଏହି କରୋନା ସମୟରେ ଘରୋଇ ହିଂସା ବହୁତ ବଢ଼ିଛି। ଶାରୀରିକ, ମାନସିକ, ମୌଖିକ, ଭାବନାତ୍ମକ ଏବଂ ଆର୍ଥିକ ଭାବେ କ୍ଷତି କରୁଛି କରୋନା।

ଡକ୍ଟର ଲକ୍ଷ୍ମଣ କହିଛନ୍ତି, କରୋନା ମହାମାରୀ ଡିପ୍ରେସନ, ଆଙ୍ଗ୍‌ଜାଇଟ୍‌, ଏସିଡିଟି, ନିଦ ସମସ୍ୟା ଏବଂ ଆତଙ୍କ ଭାବରେ ଦେଖାଦେଇଛି। ଲୋକେ ଶାରୀରିକ କ୍ଷେତ୍ରରେ ଯେତିକି ଯନ୍ତ୍ରଣା ପାଉଛନ୍ତି ତା’ଠାରୁ ଅଧିକ ଯନ୍ତ୍ରଣା ପାଉଛନ୍ତି ମାନସିକ ସ୍ତରରେ। ଘରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମାଡ୍‌ପିଟ ହେଉଛି। କାରଣ ଲକ୍‌ଡାଉନ୍‌ ଯୋଗୁ ଅନେକ ଲୋକଙ୍କ ଚାକିରି ଚାଲିଯାଇଛି। ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଇଛି। ଫଳରେ ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି। ଏହାକୁ ନେଇ ଘରୋଇ ହିଂସା ବଢୁଛି। କିଛି ଲୋକଙ୍କୁ କରୋନା ହେବାରୁ ପରିବାର ଲୋକେ ତାଙ୍କୁ ଦୂରେଇ ଦେଉଛନ୍ତି। ଏଥିଯୋଗୁ ମାନସିକ ଅଶାନ୍ତି ବି ଦେଖାଦେଉଛି।

ଏକ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘରୋଇ ହିଂସା ଅଧିକ ମାତ୍ରାରେ ବଢ଼ିଛି। ଘରୋଇ ହିଂସାକୁ ନେଇ ୧୨୦ କେସ୍‌ ଆସିଛି ଥାନାକୁ। ଏହା ପରେ ରହିଛି କାନପୁର। ଏଠାରୁ ୧୦୫ କେସ୍‌ ଆସିଛି। ସେହିପରି ବରେଲିରୁ ୮୦, ଆଗ୍ରାରୁ ୭୦-୭୫, ବାରଣସୀରୁ ୬୦-୬୫ କେସ୍‌ ଆସିଛି।