Categories: ଜାତୀୟ

୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୮।୪: କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ୍‌ ଦିଆଯିବ। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୦ ତାରିଖରୁ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ।
ଯେଉଁମାନେ ୧୮ ବର୍ଷରୁ ଅଧିକ ବୟସର ହୋଇଥିବେ ଏବଂ ଦ୍ୱିତୀୟ ଡୋଜ୍‌ ନେବାର ନଅ ମାସ ପୂରଣ କରିସାରିଥିବେ, ସେମାନେ ବୁଷ୍ଟର୍‌ ଡୋଜ୍‌ ନେଇପାରିବେ। ଆସନ୍ତା ରବିବାର ଠାରୁ ସମସ୍ତ ଘରୋଇ ଟୀକାକରଣ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ।

Share