ବୋଧଗୟାରେ ୧୧, ଦିଲ୍ଲୀରେ ୪ କୋଲକାତାରେ ୨ ବିଦେଶୀ ନାଗରିକ କରୋନା ପଜିଟିଭ, ଜିନୋମ ସିକ୍ୱୋନସିଂ ପାଇଁ ପଠାଗଲା ସାମ୍ପଲ

ନୂଆଦିଲ୍ଲୀ,୨୭ ।୧୨: ବିଶ୍ୱର କିଛି ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ଏହାକୁ ନେଇ ଭାରତରେ ବି ସତର୍କତା ଜାରି ରହିଛି । ବିଶେଷ ଭାବେ ବିଦେଶରୁ ଫେରୁଥିବା ନାଗରିକମାନଙ୍କ ଉପରେ କଡା ନଜର ରଖାଯାଇଛି । ବିମାନ ବନ୍ଦରରେ ର‌୍ୟାଣ୍ଡମ କରୋନା ଟେଷ୍ଟ କରାଯାଉଛି । ଏହାରି ଭିତରେ ସୋମବାର ସୁଦ୍ଧା ବିହାର, ଦିଲ୍ଲୀ, କୋଲକାତା ବିମାନ ବନ୍ଦରରେ ବିଦେଶରୁ ଫେରିଥିବା କେତେକ ଯାତ୍ରୀ କରୋନା ପଜିଟିଭ ଥିବା ଜଣାପଡିଛି ।
ବିହାରର ବୋଧଗୟାରେ ୧୧ ବିଦେଶୀ ନାଗରିକ କରୋନା ପଜିଟିଭ ମିଳିଥିବା ବେଳେ ଏମାନେ ୨୪ ଡିସେମ୍ବରରେ ବିହାର ଆସିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଇଂଲଣ୍ଡ ଓ ୧୦ ଜଣ ମ୍ୟାନମାର ଓ ବ୍ୟାଙ୍କକର ପର୍ଯ୍ୟଟକ । ଏମାନେ ଏବେ ଆଇସୋଲେଶନରେ ରହିଛନ୍ତି ।
ସେହିପରି କୋଲକାତା ବିମାନବନ୍ଦରରେ ୨ ବିଦେଶୀ ପର୍ଯ୍ୟଟକ କରୋନା ପଜିଟିଭ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଦୁବଇ ଓ ଅନ୍ୟଜଣେ ମାଲେସିଆରୁ ୨୪ ଡିସେମ୍ବରରେ ଆସିଥିଲେ । ସେହିପରି ଆଉ କିଛି ବିମାନ ବନ୍ଦରରେ ବି କରୋନା ପଜିଟିଭ ଥିବା ଯାତ୍ରୀ ଚିହ୍ନଟ ହାଇଥିବା ବେଳେ ଜିନୋମ ସିକ୍ୱୋନସିଂ ପାଇଁ ସାମ୍ପଲ ପଠାଯାଇଥିବା ସୂଚନା ରହିଛି ।

Share