Advertisement

ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ମୁହାଁ

ନୂଆଦିଲ୍ଲୀ,୧୬।୮: କରୋନା ସଂକ୍ରମଣ ବେଳକୁ ବେଳ ଡରାଇ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୩,୪୮୯। ଏହାସହ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୯୪୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦,୦୦୦ ଛୁଇଁବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫,୮୯,୬୮୨ ଥିବା ବେଳେ ୬,୭୭,୪୪୪ଜଣଙ୍କ ଚିକିତ୍ସା ଚାଲୁଛି ଓ ୧୮,୬୨,୨୫୮ଜଣ ସୁସ୍ଥ ହୋଇ ସାରିଲେଣି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୯,୯୮୦ରେ ପହଞ୍ଚିଥିବା ବେଳେ ଏହା ଖୁବ୍‌ଶୀଘ୍ର ୫୦,୦୦୦ ଛୁଇଁବ ବୋଲି ଅନୁମାନ କରାଯାଉଛି। ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ସୂଚନା ଅନୁଯାୟୀ, ଅଗଷ୍ଟ ୧୫ରେ ୭,୪୬,୬୦୮ ନମୁନା ପରୀକ୍ଷା କରାଯାଇଛି। ଏବେସୁଦ୍ଧା ଦେଶରେ ୨,୯୩,୦୯,୭୦୩ ନମୁନା ପରୀକ୍ଷା ସରିଲାଣି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share