Categories: ଜାତୀୟ

ଏହି ଆଧାରରେ ଦ୍ୱାଦଶ ପରୀକ୍ଷା ଫଳାଫଳ ଘୋଷଣା କରିପାରେ ସିବିଏସ୍‌ଇ

ନୂଆଦିଲ୍ଲୀ, ୩୦।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି। ଯଦି ପରୀକ୍ଷା ବାତିଲ ହୁଏ ତେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଫଳ ଆଧାରରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମାର୍କ ଦିଆଯାଇପାରେ। ଅଧିକାଂଶ ରାଜ୍ୟ ପରୀକ୍ଷାକୁ ସଂକ୍ଷିପ୍ତ କରିବା ସପକ୍ଷରେ ମତ ଦେଇଥିବା ବେଳେ ଅନ୍ୟ କେତେକ ରାଜ୍ୟ ଏଥିରେ ରାଜି ହୋଇ ନାହାନ୍ତି। ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ କୋଭିଡ୍‌ ଟିକା ଦେବା ପରେ ପରୀକ୍ଷା କରାଇବାକୁ କେତେକ ଦାବି କରିଛନ୍ତି। ଗତ ୨୧ ତାରିଖରେ ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ହୋଇଥିଲା। ପରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ସଚିବମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ୨୩ରେ ହୋଇଥିଲା। ଏହାର ଅଧ୍ୟକ୍ଷତା କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। କେବଳ ୧୯ ମୁଖ୍ୟ ବିଷୟ ଉପରେ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା କରାଇବା ପାଇଁ ସିବିଏସ୍‌ଇ ପ୍ରସ୍ତାବ ଦେଇଥିଲା। ରାଜ୍ୟ ଗୁଡ଼ିକଠାରୁ ମେ’ ୨୫ ମଧ୍ୟରେ ମତାମତ ଲୋଡ଼ାଯାଇଥିଲା। ଜୁନ୍‌ରେ ୧ରେ ପରୀକ୍ଷାକୁ ନେଇ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।

Share