ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ସରୁନି ଅପେକ୍ଷା

ରାୟପୁର,୧୨।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ନୂଆ ଷ୍ଟ୍ରେନ୍‌ ଦ୍ରୁତି ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଓ ମଧ୍ୟପ୍ରଦେଶ ସମେତ ୧୦ଟି ରାଜ୍ୟରେ କରୋନା ସ୍ଥିତି ଭୟାବହ ହେବାରେ ଲାଗିଛି। ସମସ୍ତ କଟକଣା ସତ୍ତ୍ୱେ ମଧ୍ୟ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି। ସୋମବାର ଦେଶରେ ପ୍ରଥମ ଥର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ମୁହାଁ ହୋଇଛି।

ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ଦୀର୍ଘ ସମୟରେ ଧରି ଲମ୍ବା ଲାଇନ୍‌ରେ ଅପେକ୍ଷା କରିବାକୁ ପଡ଼ୁଛି। ଇତିମଧ୍ୟରେ ଝାଡ଼ଖଣ୍ଡରେ କରୋନା ସଂକ୍ରମଣ ବେକାକୁ ହେବାରେ ଲାଗିଛି। ଗୋଟିଏ ପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଅନ୍ୟପଟେ ମୃତ୍ୟୁସଂଖ୍ୟା ରେକର୍ଡ ଭାଙ୍ଗୁଛି। ଏହି କ୍ରମରେ ରବିବାର ରାତିରେ ହରମୁ ସ୍ଥିତ ମୋକ୍ଷଧାମ ଶ୍ମଶାନ ଘାଟର ସ୍ଥିତି ଖରାପ୍‌ ହୋଇଯାଇଥିଲା। ସେଠାରେ କରୋନା ସଂକ୍ରମିତ ମୋଟ ୧୩ ମୃତଦେହ ଅଣାଯାଇଥିଲା। ଇଲେକ୍ଟ୍ରି ଚୁଲାହ ଜରିଆରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ କିଛି ସମୟ ପରେ ଉକ୍ତ ମେସିନ ଖରାପ ହୋଇଯାଇତିଲା। ଫଳରେ ଅନ୍ୟମାନଙ୍କର ଶବଦାହ ହୋଇପାରି ନ ଥିଲା। ଏଥିଯୋଗୁ ଘଣ୍ଟା ଘଣ୍ଟା ଧରି ମୃତକଙ୍କ ପରିବାର ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ୟପଟେ ଏଭଳି ପରିସ୍ଥିତି ଏବେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳୁଛି।

 

 

Share