ଜାତୀୟ ରାଜଧାନୀରେ ୫,୪୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୧।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତବେଗରେ ବଢ଼ିବାରେ ଲାଗିଛି। ଯାହାକି ସ୍ଥାନୀୟ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଗୁରୁବାର ଦିଲ୍ଲୀରେ ୩ ହଜାରରୁ ଊର୍ଦ୍ଧ୍ୱ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦିଲ୍ଲୀରେ ମୋଟ୍‌ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୮୨ ହଜାର ଅତିକ୍ରମ କରିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୦ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଜାତୀୟ ରାଜଧାନୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୪୦୧ରେ ପହଞ୍ଚିଛି।

Share