Categories: ଜାତୀୟ

ମାସ୍କ ବାଧ୍ୟତାମୂଳକ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୮।୪: କିଛି ମାସ ହେଲା କରୋନା ସଂକ୍ରମଣ ତଳମୁହଁା ଥିବା ବେଳେ ୧୫ ଦିନ ହେଲା କେତେକ ରାଜ୍ୟରେ ସଂକ୍ରମଣ ପୁଣି ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜଧାନୀ ଲକ୍ଷ୍ନୌ ଏବଂ ଏନ୍‌ସିଆର୍‌ର ୬ଟି ଜିଲାର ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି।

ଗୌତମ ବୁଦ୍ଧନଗର, ଗାଜିଆବାଦ, ହାପୁର, ମିରଟ, ବୁଲନ୍ଦସହର, ବାଗପତ ଏବଂ ରାଜଧାନୀ ଲକ୍ଷ୍ନୌର ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ସରାକାରୀ ସୂତ୍ରରୁ ସୂଚନା ଦିଆଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଗୌତମ ବୁଦ୍ଧନଗରରେ ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗାଜିଆବାଦରେ ୨୦ ଏବଂ ଲକ୍ଷ୍ନୌରେ ୧୦ଜଣ କରୋନା ସଂକ୍ରମିତ ହୋଇଛନ୍ତି।

ସେହିପରି ରବିବାର ଦିଲ୍ଲୀରେ ୫୧୭ ଜଣ କରୋନା ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୪.୨୧ ପ୍ରତିଶତ ରହିଛି। ନୂତନ ମାମଲାକୁ ମିଶାଇ ଦିଲ୍ଲୀରେ ମୋଟ ୧୮,୬୮,୫୫୦ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।

Share