ଜୁନରେ ଆସିବ ଚର୍ତୃଥ ଲହର: ସତର୍କ କଲା ଆଇଆଇଟି କାନପୁର

ନୂଆଦିଲ୍ଲୀ,୧୫।୪: ଦେଶରେ ପୁଣି ଥରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଏବେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ଗତ ୨ବର୍ଷରୁ ଲଗାତର କୋଭିଡ-୧୯ର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି। ନିକଟରେ କରୋନାର ନୂଆ ଭାରିଆଣ୍ଟ ଏକ୍ସଇ ଭାରତର ୨ଟି ରାଜ୍ୟରେ ଚିହ୍ନଟ କରାଯାଇଛି। ଗୁଜରାଟ ଓ ମହାରାଷ୍ଟ୍ରରେ ପ୍ରଥମ ଏକ୍ସଇ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆକ୍ରାନ୍ତଙ୍କ ସହଖ୍ୟା ଅନୁସାରେ, ଦେଶରେ ଗତ ୨୪ଘଣ୍ଟାରେ ୯୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ୧୧,୧୯୧ଟି ସକ୍ରିୟ ମାମଲା ରହିଛି। ତେବେ ଲଗାତର କରୋନା ମାମଲା ବୃଦ୍ଧି ପାଉଥିବାରୁ ବିଶେଷଜ୍ଞ ଚତୃର୍ଥ ଲହରର ଆଶଙ୍କା ପ୍ରକଟ କରିଛନ୍ତି। କିଛି ସମୟ ପୂର୍ବରୁ ଆଇଆଇଟି କାନପୁରର ବିଶେଷଜ୍ଞ ଚତୃର୍ଥ ଲହରକୁ ନେଇ ଏକ ରିସର୍ଚ୍ଚ କରିଥିଲେ। ଏହି ତଥ୍ୟ ଅନୁସାରେ, ଭାରତରେ କୋଭିଡ-୧୯ ମହାମାରୀର ସମ୍ଭାବ୍ୟ ଚତୃର୍ଥ ଲହର ପ୍ରାୟ ଜୁନ ୨୨ରୁ ଆରମ୍ଭ ହେବ। ଅଗଷ୍ଟରେ ଏହା ପିକ୍‌କୁ ଯାଇପାରେ। ରିପୋର୍ଟ ଅନୁସାରେ ଏହି ସମ୍ଭାବ୍ୟ ଲହର ୪ମାସ ଯାଏଁ ରହିବ ବୋଲି ଆଇଆଇଟି କାନପୁରର ବିଶେଷଜ୍ଞ କହିଛନ୍ତି।

Share