Categories: ଜାତୀୟ

ଫେବୃୟାରୀ ପାଇଁ ଗାଇଡ୍‌ ଲାଇନ୍‌ : ସିନେମା ହଲରେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ,୨୭ା୧- ଆସନ୍ତା ଫେବୃୟାରୀ୧ ଠାରୁ ଜାରି ହେବାକୁ ଯାଉଛି ନୂଆ ଗାଇଡ୍‌ଲାଇନ। ଏଥିରେ ସିନେମା ହଲରେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ଅନୁମତି ଦିଆଯିବ। ଏ ନେଇ ଗୃହ ମନ୍ତ୍ରଣାଳୟ ବୁଧବାର ବିଜ୍ଞପ୍ତି ଜାରି କରିଛି। କରୋନା ସଂକ୍ରମଣ ରୋକିବାରେ ଦେଶ ହାସଲ କରିଥିବା ସଫଳତାକୁ ଆହୁରି ମଜବୁତ କରିବା ନୂଆ ଗାଇଡ୍‌ଲାଇନର ମୁଖ୍ୟ ଲକ୍ଷ୍ୟ। ଏହା ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ହେବ।

ନୂଆ ଗାଇଡ୍‌ଲାଇନ୍‌ ଜରିଆରେ ସିନେମା ହଲ ଓ ଥିଏଟରରେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ମିଳିବ ଅନୁମତ। ସଭିଙ୍କ ପାଇଁ ଖୋଲା ରହିବ ସୁଇମିଂ ପୁଲ। ଏ ପର୍ଯ୍ୟନ୍ତ କେବଳ କ୍ରୀଡ଼ାବିତ୍‌ମାନେ ହିଁ ସୁଇମିଂ ପୁଲ ବ୍ୟବହାର କରିପାରୁଥିଲେ। ସମସ୍ତ ପ୍ରକାର ପ୍ରଦର୍ଶନୀ ହଲ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି। ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଅନ୍ତର୍ଜାତୀୟ ବିମାନ ସେବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ-ରାଜ୍ୟ ମଧ୍ୟରେ କିମ୍ବା ରାଜ୍ୟ ବାହାରେ ଯାତାୟତ ଉପରେ କୌଣସି କଟକଣା ରହିବ ନାହିଁ। ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ଶିଶୁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି କେହି ବି ଗାଇଡଲାଇନକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share