ଟିଭିର ରାମ-ସୀତା କରୋନା ପଜିଟିଭ

ଟିଭିର ରାମ-ସୀତା ଅର୍ଥାତ୍‌ ଗୁରମୀତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ କରୋନା ପଜିଟିଭ ଜଣାପଡ଼ିଛନ୍ତି। ଏ ନେଇ ଗୁରମିତ କିଛି ସମୟ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି, ମୋ ସ୍ତ୍ରୀ ଦେବିନା ଏବଂ ମୋର କରୋନା ପଜିଟିଭ ଜଣାପଡ଼ିଛି। ଆମେ ଏବେ ସୁସ୍ଥ ଅଛୁ ଏବଂ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରୁଛୁ। ଏବେ ଆମେ ଘରେ ଆଇସୋଲେଶନରେ ରହୁଛୁ। ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ଟେଷ୍ଟ କରାଇନେବାକୁ ସେ କହିଛନ୍ତି। ତାଙ୍କର ଏହି ପୋଷ୍ଟ ଶେୟାର ହେବାପରେ ପ୍ରଶଂସକମାନେ ତାଙ୍କ ପାଇଁ ପ୍ରାର୍ଥନ କରିବାରେ ଲାଗିଛନ୍ତି।

Share