ଉତ୍ତର କୋରିଆରେ କରୋନା ଆତଙ୍କ: ଜ୍ୱରରେ ୬ ଜଣଙ୍କ ମୃତ୍ୟୁ, ଆଇସୋଲେଶନରେ ୧.୮୭ ଲକ୍ଷ ଲୋକ

ପ୍ୟୋଙ୍ଗୟାଙ୍ଗ,୧୩ ।୫: ଏପର୍ଯ୍ୟନ୍ତ କରୋନା ମହାମାରୀ ପହଞ୍ଚି ନ ଥିବା ଦେଶ ଉତ୍ତର କୋରିଆରେ ଏବେ କରୋନା ଆତଙ୍କ । ଶୁକ୍ରବାର ସକାଳେ ଏଏଫପି ନ୍ୟୁଜ ଏଜେନ୍ସି ରାଜ୍ୟ ମିଡିଆର ସୂଚନାକୁ ଆଧାର କରି ଦେଇଥିବା ଖବର ଅନୁଯାୟୀ, ଉତ୍ତର କୋରିଆରେ କୋଭିଡ-୧୯ କାରଣରୁ ଜ୍ୱରରେ ୬ ଜଣଙ୍କର ମୃତ୍ୟୁ ହେଲାଣି । ଏହାସହ ୧,୮୭,୦୦୦ଲୋକଙ୍କ ନିକଟରେ ଜ୍ୱରର ଲକ୍ଷଣ ଦେଖାଦେବାରୁ ସେମାନଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି ।
ଏହାପୂର୍ବରୁ ଗୁରୁବାର ଉତ୍ତର କୋରିଆରେ କରୋନାର ଓମିକ୍ରନ୍ ଭାରିଏଣ୍ଟର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଥିଲା । ଏହାପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁ ବ୍ୟକ୍ତି କରୋନାରେ ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ ସେ କିଛିଦିନ ହେବ ଜ୍ୱରରେ ପୀଡିତ ଥିଲେ । ଯାଞ୍ଚ ପରେ ଜଣାପଡିଥିଲା କି ବ୍ୟକ୍ତି ଜଣକ ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ଅଛନ୍ତି ।

Share