Categories: ଜାତୀୟ

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୩୦।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୪,୨୩୦ଟି ମାମଲା ସାମ୍ନାକୁ ଆସିଥିବାବେଳେ ୫୫୫ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୧୫,୭୨,୩୪୪ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୭ ଲକ୍ଷ ୪୩ ହଜାର ୯୭୨ ହଜାର ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୪ ଲକ୍ଷ ୫ହଜାର ୧୫୫ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪,୨୩,୨୧୭କୁ ବୃଦ୍ଧି ପାଇଛି।

Share