Categories: Video

ଆଶା ଦେଖାଇଲା ମଡର୍ନା ଟିକା

କରୋନା ସଂକ୍ରମଣ ଭିତରେ ନୂଆ ଆଶା ସୃଷ୍ଟି କରିଛି ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ନା । ଏହି ଆମେରିକୀୟ କମ୍ପାନୀ ପ୍ରସ୍ତୁତ କରିଥିବା ସମ୍ଭାବ୍ୟ କରୋନା ଟିକା ‘MRNA-1273’ ପରୀକ୍ଷା ବେଳେ ସକାରାତ୍ମକ ଫଳ ଦେଇଛି। କରୋନା ଭୂତାଣୁ ଦମନ କରିବାରେ ମଡର୍ନା ଟିକା ୯୪.୫ ପ୍ରତିଶତ ଫଳପ୍ରଦ ବୋଲି ମାସାଚ୍ୟୁସେଟ୍ସର ବାୟୋଟେକ୍ କମ୍ପାନୀ ପକ୍ଷରୁ ପ୍ରକାଶିତ ପ୍ରାରମ୍ଭିକ ତଥ୍ୟରୁ ଜଣାପଡିଛି । ଅଧିକ ସଫଳତା ହାର ଦେଖାଇବାରେ ଏହା ଆମେରିକାର ଦ୍ୱିତୀୟ ଟିକା ।