ହସ୍ପିଟାଲ କଟକଣା ଅସମ୍ଭାଳ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜଧାନୀ ବସ୍ତି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ନୂଆ ନିୟମାବଳୀ ଜାରି କରାଯାଇଛି। ଘରୋଇ ହସ୍ପିଟାଲରେ ବସ୍ତି ଅଞ୍ଚଳରୁ ଆସି କାମ କରୁଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ କରାଯାଇଛି। ଏହି କର୍ମଚାରୀମାନେ ହସ୍ପିଟାଲ କ୍ୟାମ୍ପସରେ ରହିବେ। ସେମାନଙ୍କୁ ୧୪ଦିନିଆ ଶିଫ୍ଟରେ ଡ୍ୟୁଟି କରିବାକୁ କୁହାଯାଇଛି। ଏହାପରେ ସେମାନଙ୍କ କୋଭିଡ୍‌ ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ଘରକୁ ଛଡ଼ାଯିବ। ଏହାପରେ ଆଉ ଗୋଟେ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ଡ୍ୟୁଟିରେ ରଖାଯିବାର ବ୍ୟବସ୍ଥା କରାଯିବ। ତେବେ ବିଏମ୍‌ସିର ଏଭଳି ନିୟମାବଳୀକୁ ନେଇ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜଗନ୍ନାଥ ହସ୍ପିଟାଲ ନିର୍ଦ୍ଦେଶକ ଡା. ବିଶ୍ୱଜିତ ମିଶ୍ର କୁହନ୍ତି, ହସ୍ପିଟାଲରେ କର୍ମଚାରୀଙ୍କ ରହିବା ପାଇଁ ଆବଶ୍ୟକ ଜାଗା ନାହିଁ। ଆମ ପାଖରେ ୫୦ଟି ଶଯ୍ୟା ଅଛି। ୩୦ଟି ବେଡ୍‌ ରୋଗୀ ପାଇଁ ଥିବା ବେଳେ ୧୦ଟି ଶିଶୁଙ୍କ ପାଇଁ ଏନ୍‌ଆଇସିୟୁ ବେଡ୍‌ ଏବଂ ବାକି କାଜୁଆଲ୍‌ଟି ରହିଛି। ଅନ୍ୟପଟେ ଯଦି କର୍ମଚାରୀମାନେ ୧୪ ଦିନ କାମ କରିବେ, ତା’ହେଲେ ଆମକୁ ବାକି ୧୪ଦିନ ପାଇଁ ନୂଆ ନିଯୁକ୍ତି ଦେବାକୁ ପଡ଼ିବ। ଏପରି କି ୧୪ଦିନ କାମ ପାଇଁ ପୂରା ମାସର ଦରମା ଦେବା କଷ୍ଟକର ହୋଇପଡ଼ିବ। କାରଣ ଗତ ୩ରୁ ୪ମାସ ହେବ ମାତ୍ର ୩୦ପ୍ରତିଶତ ରୋଗୀ ହସ୍ପିଟାଲକୁ ଆସୁଛନ୍ତି। ଅନ୍ୟପଟେ ଭୁବନେଶ୍ୱର ଏମ୍ସ ଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ, ମ୍ୟୁନିସିପାଲିଟି ହସ୍ପିଟାଲ ସବୁଠି ହାଉସ୍‌ କିପିଂ ଓ ମେଣ୍ଟେନାନ୍ସ ପାଇଁ ବସ୍ତିରେ ରହୁୁଥିବା ଲୋକମାନେ ହିଁ ଯାଇ କାମ କରୁଛନ୍ତି। ଏପରି କି ମ୍ୟୁନିସିପାଲିଟି ହସ୍ପିଟାଲରେ ୭୦ପ୍ରତିଶତ କର୍ମଚାରୀ ବସ୍ତିରୁ ଆସୁଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ୫୦ପ୍ରତିଶତ ବସ୍ତିରୁ ଆସି କାମ କରୁଥିବା କୁହାଯାଉଛି।
ଏ ନେଇ ଗ୍ୟାଷ୍ଟ୍ରୋ ଆଣ୍ଡ୍‌ କିଡ୍‌ନୀ କେୟାର ହସ୍ପିଟାଲର ଜିଆଇ ସର୍ଜନ ଡା. ବୃନ୍ଦାବନ ନାହାକ କୁହନ୍ତି, ବିଏମ୍‌ସି ନିୟମ କରିଛି, ତାକୁ ମାନିବାକୁ ପଡ଼ିବ। କିନ୍ତୁ ଏହାକୁ ପାଳନ କରିବା ସମ୍ଭବପର ନୁହେଁ। ବର୍ତ୍ତମାନ ଆର୍ଥତ୍କ ସ୍ଥିତି ମଧ୍ୟ ଠିକ୍‌ ନାହିଁ। ଏବେବି ଆମର ୫୦ପ୍ରତିଶତ ରୋଗୀ ଆସୁଛନ୍ତି। ହସ୍ପିଟାଲରେ ୧୪ଦିନ କାମ କରି ସେମାନଙ୍କ କୋଭିଡ୍‌ ଟେଷ୍ଟ କରି ଛାଡ଼ିବା ପରେ ସେମାନେ ପୁଣି ବସ୍ତିକୁ ଯିବେ। ୨ୟ ଥର କାର୍ଯ୍ୟରେ ଯୋଗ ଦେବାକୁ ଆସିବାବେଳେ ସଂକ୍ରମଣ ହୋଇ ନ ଆସିବେ ବୋଲି କେହି କହିପାରିବେ ନାହିଁ।
ଭୁବନେଶ୍ୱର ଆଉ ଏକ ଜଣାଶୁଣା ଘରୋଇ ହସ୍ପିଟାଲ ମୁଖ୍ୟ(ନିଜ ନାମକୁ ପ୍ରକାଶ କରିବାକୁ ଅନିଚ୍ଛୁକ)ଙ୍କ କହିବା ହେଲା ବିଏମ୍‌ସି ଯେଉଁ ନିୟମ କରିଛି ତାହାକୁ ଭଲ ଭାବେ ଚିନ୍ତା କରିବାର ଥିଲା। ସରକାରଙ୍କ କହିବାନୁଯାୟୀ, ହସ୍ପିଟାଲରୁ କର୍ମଚାରୀମାନେ ସଂକ୍ରମିତ ହୋଇ ବସ୍ତିକୁ ଯାଉଛନ୍ତି। ଫଳରେ ସେଠାରେ ଅଧିକ ସଂକ୍ରମଣ ହେଉଛି। କିନ୍ତୁ ସେମାନେ ହସ୍ପିଟାଲ ରୋଗୀଙ୍କ ପାଖରୁ ସଂକ୍ରମିିତ ହୋଇଛନ୍ତି ନା ବସ୍ତିରୁ ତାହା ଜଣା ନାହିଁ। ଅନ୍ୟପଟେ ୧୪ଦିନ କାମ ପରେ ତାଙ୍କର କୋଭିଡ୍‌ ଟେଷ୍ଟ କିଏ କରିବ ଏବଂ ଏଥିପାଇଁ ଟଙ୍କା କିଏ ଖର୍ଚ୍ଚ କରିବ ତାହା ମଧ୍ୟ ସ୍ପଷ୍ଟ ନାହିଁ।
ସେହିପରି ସଞ୍ଜୀବନୀ ହସ୍ପିଟାଲର ମୁଖ୍ୟ ତଥା ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିଶ୍‌ମେଣ୍ଟ ଫୋରମର ସଭାପତି ଡା. ଅଜୟ ମିଶ୍ର କହିଛନ୍ତି ଯେ, ବସ୍ତିରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ସମ୍ଭବ ନୁହେଁ। ତେଣୁ ୧୪ଦିନ କାମ କରିବା ପରେ ସେମାନେ ସରକାରୀ କ୍ୱାରାଣ୍ଟାଇନ୍‌ରେ ରହିବା ଉଚିତ। ଘରୁ ଆସିଲା ପରେ ସେମାନେ କେଉଁ ପରିସ୍ଥିତିରେ ଆସିଥିବେ ତାହା କେହି ଜାଣି ନ ଥିବେ। ତେଣୁ ଏହା ମଧ୍ୟ ଗୋଟିଏ ବଡ଼ ସମସ୍ୟା ହେବ। ୧୪ଦିନିଆ କାମ କରିଲେ ଆମକୁ ତିନୋଟି ଶିଫ୍ଟରେ କାମ କରିବା ପାଇଁ ଲୋକ ରଖିବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଆର୍ଥତ୍କ ପରିସ୍ଥିତି ଏପରି ହେଲାଣି ହସ୍ପିଟାଲ ଚଳାଇବା କଷ୍ଟକର ହୋଇପଡ଼ିଛି। ଏଭଳିସ୍ଥିତିରେ ବିଏମ୍‌ସିର ଏହି ନିୟମ ପାଳନ କରିବା ସମ୍ଭବ ନୁହେଁ।
ଅନ୍ୟପଟେ ଏ ସମ୍ପର୍କରେ ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି ଯେ, କୋଭିଡ୍‌ ପରିଚାଳନା ପାଇଁ ଏହା ବାଧ୍ୟତାମୂଳକ ରହିଛି। ବର୍ତ୍ତମାନ ସାଧାରଣ ପରିସ୍ଥିତି ନୁହେଁ। ଏହାର ଅନ୍ୟ କିଛି ଉପାୟ ନାହିଁ। ତେଣୁ ଏହି ନିୟମ ମାନିବାକୁ ପଡ଼ିବ ବୋଲି ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରୁ ୨୦ଲକ୍ଷ ଟଙ୍କାରେ ବାଣ ଜବତ

ରାଉରକେଲା,୬।୧୦: ଆଗକୁ ଆଲୋକର ପର୍ବ ଦୀପାବଳି। ଏନେଇ ବେଆଇନ ବାଣ ଗୋଦାମଗୁଡିକ ଖେଳିବା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟ ସାଇଟ ଥାନା...

PGT ନିଯୁକ୍ତି ଲିଖିତ ପରୀକ୍ଷା ବାତିଲ୍‌: ଜାଣନ୍ତୁ ପୁଣି କେବେ ହେବ

କଟକ,୬।୧୦: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ପିଜିଟି ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରାଯାଇଛି। ରବିବାର ଏହି ପରୀକ୍ଷାଗୁଡିକ ହେବାକୁ...

ପୁଣି ପ୍ରଶ୍ନପତ୍ର ଲିକ୍‌ : OSSC ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍‌…

ଭୁବନେଶ୍ୱର,୬।୧୦: OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରୁ। ଏଭଳି ଏକ...

ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ...

ସୁଭଦ୍ରା ଟଙ୍କା ୯ରେ ଆସିବ କି ନାହିଁ? ସହଜରେ ଏମିତି କରନ୍ତୁ ଚେକ୍‌…

ଭୁବନେଶ୍ୱର,୬।୧୦: ଆଉ ମାତ୍ର ୩ ଦିନ ବାକି । ହିତାଧିକାରୀଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତିରେ ରାଜ୍ୟର...

ପାର୍ବଣରେ ୧୦୦ ଟପିଲାଟମାଟୋ ଦର

ଭୁବନେଶ୍ୱର,୬।୧୦: ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ...

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬ା୧୦: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓବାଦୀ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri