ପ୍ରଥମଥର ବିମାନ ବନ୍ଦରରେ ହେଲା କରୋନା ଟେଷ୍ଟ

ନୂଆଦିଲ୍ଲୀ,୧୨ ।୯: କରୋନା ମହାମାରୀ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏହାର ଟେଷ୍ଟିଂ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ଦେଶର ସବୁ ସ୍ଥାନରେ ଟେଷ୍ଟିଂ ସୁବିଧା ଲପଲବ୍ଧ ହେଲାଣି । ତେବେ ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିମିଟେଡ(ଡିଆଏଲ)ପକ୍ଷରୁ ପ୍ରଥମଥର ଲାଗି ଦିଲ୍ଲୀ ବିମାନ ବନ୍ଦରରେ ଶନିବାର କରୋନା ଟେଷ୍ଟ କରାଯାଇଛି । ତେବେ ଏହା ପ୍ରଥମ ବିମାନବନ୍ଦର ଭାବେ କରୋନା ଟେଷ୍ଟ କରିଥିବା କୁହାଯାଉଛି । ସୂଚନଯୋଗ୍ୟ, ଗତ ୨୪ ଘଣ୍ଟାରେ ୯୭ ହଜାର ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ଲକ୍ଷ ଅତିକ୍ରମ କରି ସାରିଛି । ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବା ଅନୁମାନ କରାଯାଇଥିବାରୁ ଲୋକେ ଭୟଭିତ ହୋଇ ଗଲେଣି ।

Share