କରୋନା ବୁଷ୍ଟର ଡୋଜକୁ ନେଇ ବଦଳିପାରେ ନିୟମ

ନୂଆଦିଲ୍ଲୀ,୨୭ ।୧: କରୋନାର ବୁଷ୍ଟର ଡୋଜକୁ ନେଇ ସରକାର ନିୟମରେ କିଛି ପରିବର୍ତ୍ତନ କରିପାରନ୍ତି । ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧିକୁ ଦେଖି ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ କରାଯାଇଥିଲା । ହେଲେ ଏବେ ଏହା ମନ୍ଥର ଗତିରେ ଚାଲିଛି । ତେବେ ବୁଷ୍ଟର ଡୋଜ ବା ତୃତୀୟ ଡୋଜକୁ ନେଇ ବିଶେଷଜ୍ଞଙ୍କ କଥା ମାନିବାକୁ ପଡିବ । ଏବେ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି କି ବୁଷ୍ଟର ଡୋଜ ନିର୍ଦ୍ଦିଷ୍ଟ ବୟସର ଲୋକଙ୍କୁ ସୁରକ୍ଷା ଦେଇ ନ ପାରେ ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସରକାରଙ୍କ ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମ ଅନୁଯାୟୀ ତୃତୀୟ ତଥା ବୁଷ୍ଟର ଡୋଜ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବା । ହେଲେ ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବା ପୂର୍ବରୁ ଏହାକୁ ନେଇ ପୁଣିଥରେ ଚିନ୍ତା କରିବାକୁ ପଡିବ । କାରଣ ଅନ୍ୟ ଦେଶର ଉଦାହରଣ ଆମ ସାମ୍ନାରେ ରହିଛି । ସେମାନେ ବୁଷ୍ଟର ଡୋଜ ନେବା ପରେ ବି କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତେଣୁ ଏମିତି ଆଖି ବୁଜି ଆମେ ସମସ୍ତଙ୍କୁ ବୁଷ୍ଟର ଡୋଜ ଦେଇ ପାରିବା ନାହିଁ । ଆମ ପରିବେଶ ପରିସ୍ଥିତିକୁ ଦେଖି ବୁଷ୍ଟର ଡୋଜ ଦେବା କଥା ଚିନ୍ତା କରାଯାଇପାରେ ।

Share