ଅଗଷ୍ଟ ଶେଷ ବେଳକୁ ଆସିପାରେ କରୋନାର ତୃତୀୟ ଲହର: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୬ ।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସରୁ ସରୁ ତୃତୀୟ ଲହର ଆରମ୍ଭ ହେବାର ଭୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆସିଏମ୍‌ଆର୍‌)ର ଡିଭିଜନ ଅଫ୍ ଏପିଡେମିୟୋଲୋଜି ଆଣ୍ଡ କମ୍ୟୁନିକେବଲ ଡିଜିଜର ମୁ୍‌ଖ୍ୟ ଡାକ୍ତର ସମିରନ ପଣ୍ଡା ଅନୁମାନ କରିଛନ୍ତି କି ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନା ଭାଇରସର ତୃତୀୟ ଲହର ଆସିଯାଇପାରେ । ଏକ ନ୍ୟୁଜ ଚ୍ୟାନେଲରେ କଥା ହେବା ସମୟରେ ସେ କହିଛନ୍ତି କରୋନା ସଂକ୍ରମଣର ତୃତୀୟ ଲହର ଦ୍ୱିତୀୟ ଭଳି ଏତେ ଭୟାବହ ନ ହୋଇପାରେ । ହେଲେ ସମ୍ପୂର୍ଣ୍ଣ ଦେଶ ପୁଣିଥରେ କରୋନା ମହାମାରୀ ସହ ଲଢିବ । ସେ କହିଛନ୍ତି କରୋନା ମହାମାରୀ କାରଣରୁ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇ ଯାଇଛି । ତେବେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ ସେମାନେ ଖୁବ୍ ଶୀଘ୍ର ସଂକ୍ରମିତ ହୋଇଯିବେ । ତା’ସହ ଯେଉଁମାନଙ୍କ ନିକଟରେ ଆଣ୍ଟିବଡି ଆସିଯାଇଛି ତୃତୀୟ ଲହରରେ ଏହା କମଯୋର ହୋଇପାରେ । ଯଦି ଏପରି ହେଲା ତେବେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଯିବ ।

Share