ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ଜଣେ ଦେଢ଼ବର୍ଷ ଶିଶୁର କରୋନାରେ ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଆଉ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା, ମୟୂରଭଞ୍ଜ ଓ ନୂଆପଡ଼ା ଜିଲାରେ ଜଣେ ଲେଖାଏ ରହିଛନ୍ତି। ତେବେ ନୂଆପଡ଼ାରୁ ଜଣେ ଦେଢ଼ବର୍ଷ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି। ସେ ସେପ୍ଟିସିମିଆ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୩୪୩କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଗତ ୨୪ଘଣ୍ଟାରେ ୬୧,୫୪୨ ନମୂନା ପରୀକ୍ଷା କରାଯାଇଥିବା ବେଳେ ୨୫ ଜିଲାରୁ ୩୨୨ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୯ଜଣ ଥିବା ବେଳେ ବାକି ସବୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ତଳେ ରହିଛି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୦,୪୨,୪୨୨ରେ ପହଞ୍ଚିଛି।