କୋଭିଡ-୧୯: ଚିନ୍ତା ବଢାଇଲାଣି ଆମେରିକାରେ ମିଳିଥିବା ନୂଆ ଭାରିଏଣ୍ଟ

ୱାଶିଂଟନ/ନୂଆଦିଲ୍ଲୀ,୨୨ ।୧୨: କରୋନା ମହାମାରୀର ବିପଦକୁ ଦେଖି କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ହେବା ଆରମ୍ଭ କଲେଣି । ଆମେରିକାରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସତର୍କ ହୋଇଯାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ବୁଧବାର କୋଭିଡର ସ୍ଥିତିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ସମୟରେ ସେ କରୋନାରୁ ଦୂରେଇ ରହିବାକୁ କିଛି ଗାଇଡ ଲାଇନ ଜାରି କରିଛନ୍ତି ।
ଚାଇନାରେ ହାହାକାର ସୃଷ୍ଟି କରିଥିବା ଓମିକ୍ରନର ସବ ଭାରିଏଣ୍ଟର ବଏଫ୍‌-୭ର ୪ଟି ମାମଲା ଭାରତରେ ଦେଖାଦେଇଥିବା ଜଣାପଡିଛି । ଏହା ଗୁଜରାଟ ଓ ଓଡ଼ିଶାରେ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ କହିଛି ଜୁଲାଇ-ଅକ୍ଟୋବର-ନଭେମ୍ବର ୨୦୨୨ରେ ଓମିକ୍ରନର ବିଏଫ-୭ ଓ ବିଏଫ ୧୨ ଭାରିଏଣ୍ଟରେ ସଂକ୍ରମିତ ୨ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଏମାନଙ୍କର ହୋମ ଆଇସୋଲେଶନରେ ଚିକିତ୍ସା କରାଯାଇଥିବା ବେଳେ ଏବେ ଏମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଦିଲ୍ଲୀ, କର୍ନାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ସମେତ କିଛି ରାଜ୍ୟରେ ସତର୍କତା ବଢାଇ ଦିଆଯାଇଛି ।

Share