କରୋନା ଟିକା ଓମିକ୍ରନ୍‌ରୁ ରକ୍ଷା କରି ପାରିବ କି? ଜାଣନ୍ତୁ ଏ ସମ୍ପର୍କରେ…

ବ୍ରିସବେନ,୪ା୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ’। ଯାହାକି ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି। ଏହି ନୂଆ ଭାରିଆଣ୍ଟକୁ ନେଇ ଅନେକ ପ୍ରଶ୍ନବାଚୀ ବି ସୃଷ୍ଟି ହୋଇଛି। ଏହି ଭାଇରସ ବୈଜ୍ଞାନିକମାନଙ୍କୁ ତଥା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ଅସୁବିଧାରେ ପକାଇଛି। ବିଶ୍ୱର ଅନୁସନ୍ଧାନକାରୀମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, କରୋନା ଟିକା ଆମକୁ ନୂତନ ଭାଇରସ ଓମିକ୍ରନରୁ ରକ୍ଷା କରିପାରିବ କି ନା? ତେବେ ଏ ବିଷୟରେ ଜାଣନ୍ତୁ ଅଧିକ କିଛି…

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଓମିକ୍ରନକୁ ଏକ ଚିନ୍ତାର ବିଷୟ ଭାବରେ ତାଲିକାଭୁକ୍ତ କରିଛି। ଏହା ବିଶ୍ୱ ପ୍ରତି ଅଧିକ ବିପଦ ବୋଲି ଚେତାବନୀ ଦେଇଛି। ଡବ୍ଲୁଏଚ୍‌ଓ କହିଛି, କରୋନା ଭୂତାଣୁ ପରିବର୍ତ୍ତନ ହେବା ପରେ ମିଳିଥିବା ଏହି ନୂଆ ଭାରିଆଣ୍ଟ ସାଂଘାତିକ ହୋଇପାରେ। ତେଣୁ ସୁରକ୍ଷା ପାଇଁ ଯଥାଶୀଘ୍ର ଟିକାକରଣ ପ୍ରକ୍ରିୟା ଶେଷ କରିବାକୁ ଡବ୍ଲ୍ୟୁଏଚ୍‌ଓ ସମସ୍ତ ଦେଶକୁ ନିର୍ଦ୍ଦେଶ ଦେଇଛି ।

କରୋନା ଭାଇରସ ମ୍ୟୁଟେସନର ସବୁଠାରୁ ଖରାପ ପରିସ୍ଥିତିରେ ଅଛି। ଏହି ଭୂତାଣୁ ଅନ୍ୟ ଭୂତାଣୁରେ ପରିବର୍ତ୍ତନ ହୋଇ କରୋନା ଟିକାକରଣରୁ ରକ୍ଷା ପାଇପାରିବେ। ତେଣୁ ଅଧ୍ୟୟନରେ ଏହା ଜଣାପଡିଛି, କରୋନା ଟିକା ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟରୁ ରକ୍ଷା କରିପାରିବ। ଯେପରି କରୋନା ଟିକା ପୂର୍ବ ପ୍ରକାର ଥିଲା।

ବର୍ତ୍ତମାନ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (WHO) କହିଛି, ଏନେଇ କ’ଣ ଘଟୁଛି ଜାଣିବା ପାଇଁ ଆମକୁ ଆହୁରି ଦୁଇରୁ ଚାରି ସପ୍ତାହ ଅଧିକ ସମୟ ଲାଗିବ। ଯେତେବେଳେ କି ବିଶ୍ୱର ବୈଜ୍ଞାନିକମାନେ ଏହା ଜାଣିବାକୁ ତତ୍ପର ହେଉଛନ୍ତି।

ଅନୁସନ୍ଧାନକାରୀମାନେ ସଂକ୍ରମିତ ଲୋକଙ୍କଠାରୁ ଓମିକ୍ରନ ନମୁନା ଗ୍ରହଣ କରୁଛନ୍ତି ଏବଂ ଲାବୋରେଟୋରୀରେ ଭାଇରସ ମ୍ୟୁଟେସନ ଏବଂ ଏହାର ପ୍ରଭାବ ପରୀକ୍ଷା କରୁଛନ୍ତି। ସମ୍ଭବତଃ କରୋନା ଟିକା ଓମିକ୍ରନଠାରୁ ରକ୍ଷା କରିବାରେ ସମ୍ଭବ ହୋଇପାରେ।

Share