କରୋନା ଟିକାକରଣକୁ ପୂରଣ ହେଲା ବର୍ଷେ: ଦିଆଗଲାଣି ୧୫୭ କୋଟି ଡୋଜ

ନୂଆଦିଲ୍ଲୀ,୧୬ ।୧: ଜାନୁୟାରୀ ୧୬ ଦେଶପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜିର ଦିନରେ ଅର୍ଥାତ୍ ୧୬ ଜାନୁୟାରୀ ୨୦୨୧ରେ କରୋନା ଭଳି ମହାମାରୀ ବିରୋଧରେ ଲଢିବାକୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ ୱାର୍କର୍ସଙ୍କୁ ଟିକା ଦିଆଯାଇଥିଲା । ଏହାପରେ ସାଧାରଣ ଜନତାକୁ ଏହି ଟିକା ଦେବା କାର୍ଯ୍ୟକ୍ରମ ଚାଲୁ ରହିଛି । ଏବେ ପର୍ଯ୍ୟନ୍ତ ଦେଶରେ ୧୫୭ କୋଟି ଡୋଜ ଟିକା ଦିଆଯାଇ ସାରିଛି । ହେଲେ ସମ୍ପୂର୍ଣ୍ଣ ଜନସଂଖ୍ୟାକୁ ଟିକା ଦେବାର ଲକ୍ଷ୍ୟ ଏବେ ବହୁ ଦୂରରେ ରହିଛି । ତେବେ ଗୋଟିଏ ବର୍ଷରେ ୧୩୮ କୋଟି ଜନସଂଖ୍ୟାଙ୍କୁ ଟିକା ଦେବା ଏତେ ସହଜ କଥା ନୁହେଁ । ଏବେ କରୋନାର ତୃତୀୟ ଲହର ସାରା ଦେଶବାସୀଙ୍କୁ କଲବଲ କରୁଛି । ଏହି ସମୟରେ ଟିକାକରଣ ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ବଡ କଥା ହେଲା ଦେଶରେ ୮ ପ୍ରତିଶତ ଏମିତି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଗୋଟିଏ ବି ଟିକା ନେଇ ନାହାନ୍ତି । ଏହାସହ ଏମିତି ୩୧ ପ୍ରତିଶତ ଲୋକ ରହିଛନ୍ତି ଯେଉଁମାନେ ୨ଟି ଯାକ ଡୋଜ ନେଇ ନାହାନ୍ତି ।
ତୃତୀୟ ଲହର ସମୟରେ କଶୋର ଅର୍ଥାତ୍ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ କିଶୋର ମାନଙ୍କ ଆଗ୍ରହ ପରିଲକ୍ଷିତ ହୋଇଛି ।

Share