Categories: ଜାତୀୟ

କୋଭିଡ ଟିକା ବଢାଉଛି କି ଗର୍ଭପାତ ସମସ୍ୟା? ନୂଆ ଅଧ୍ୟୟନର ତଥ୍ୟ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୩୧।୧୦: କୋଭିଡ ଟିକା ନେବା ପରେ ବଢୁଛି କି ଗର୍ଭପାତ ସମସ୍ୟା। ଏପରି ଅନେକ ଚର୍ଚ୍ଚା ହେଉଥିବାବେଳେ ଟିକାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରାଯାଉଛି। କୋଭିଡ ଟିକାକୁ ନେଇ ଏକ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି। ଏଥିରେ ଦାବି କରାଯାଇଛି କି, କୋଭିଡ ଟିକା ନେବା ପରେ ଗର୍ଭପାତର କୌଣସି ସମସ୍ୟା ଦେଖାଯାଇ ନ ଥାଏ। ଟିକା ନେଇ ସାରିବା ପରେ ଶୀଘ୍ର କିମ୍ବା ଡେରିରେ ଗର୍ଭପାତ ପରି ସମସ୍ୟା ଆସେନାହିଁ।

ହ୍ୟୁମନ ରିପ୍ରଡକ୍ସନରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଆମେରିକା ସ୍ଥିତ ବୋଷ୍ଟନ ୟୁନିଭରସିଟି ସ୍କୁଲ ଅଫ ପବ୍ଲିକ ହେଲଦରେ ଗବେଷଣା କରାଯାଇଥିବା ତଥ୍ୟ ଅନୁଯାୟୀ, ଗବେଷଣାରେ ଯୋଗ ଦେଇଥିବା ୭୫ପ୍ରତିଶତ ମହିଳା ଗର୍ଭଧାରଣ କରିବା ପୂର୍ବରୁ କୋଭିଡ ଟିକାର ଗୋଟିଏ ଡୋଜ ନେଇସାରିଥିଲେ। ସେମାନଙ୍କ ଭିତରୁ ଗର୍ଭଧାରଣ ପରେ ଏକ ଚତୁର୍ଥାଶଂ ମହିଳାଙ୍କ ଗର୍ଭପାତ ହୋଇଯାଇଥିଲା। ଏହି ଗର୍ଭପାତ ମହିଳାଙ୍କ ଭିତରୁ ୭୫ପ୍ରତିଶତଙ୍କ ଗର୍ଭପାତ ଗର୍ଭଧାରଣ କରିବାର ୮ସପ୍ତାହ ପରେ ହୋଇଥିଲା। ଟିକାକରଣ ନ କରିଥିବା ମହିଳାଙ୍କ ଗର୍ଭପାତ ହେବାର ଆଶଙ୍କା ୨୬.୬ପ୍ରତିଶତ ଥିବାବେଳେ ଗର୍ଭଧାରଣ ପୂର୍ବରୁ ଟିକାର ଗୋଟିଏ ଡୋଜ ନେଇଥିବା ମହିଳାଙ୍କ କ୍ଷେତ୍ରରେ ଏହା ୨୩.୯ପ୍ରତିଶତ ରହିଛି। ସେହିପରି ଗର୍ଭଧାରଣ କରିବାର ୩ସପ୍ତାହ ପୂର୍ବରୁ ଟିକାର ସବୁ ଡୋଜ ନେଇଥିବା ମହିଳାଙ୍କ କ୍ଷେତ୍ରରେ ଏହା ୨୨.୧ପ୍ରତିଶତ ରହିଛି ବୋଲି ଗବେଷଣାରେ ଜଣାପଡିଛି।

Share