ଚଳିତବର୍ଷ ଶେଷ ସୁଦ୍ଧା ଆସିପାରେ ପ୍ରଭାବଶାଳୀ କରୋନା ଟିକା: ଡବ୍ଲୁଏଚ୍‌ଓ ମୁଖ୍ୟ

ଜେନେଭା,୭।୧୦: ସାରା ବିଶ୍ୱରେ କରୋନା ଭାଇରସ ଟିକା ପରୀକ୍ଷା ଚାଲିଛି। ଏହି ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଟିକା ବିଷୟରେ ଏକ ଭଲ ଖବର ଦେଇଛି। ଡବ୍ଲୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଆଡନୋମ ଗାବ୍ରିୟସସ୍‌ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଟିକା ପ୍ରସ୍ତୁତ ହୋଇପାରେ। ଟେଡ୍ରୋସ ଡବ୍ଲୁଏଚ୍‌ଓର କାର୍ଯ୍ୟନିର୍ବାହୀ ବୋର୍ଡକୁ ପ୍ରତିକ୍ରିୟା ଦେବା ବେଳେ ଏହା କହିଛନ୍ତି। ଏବେ ୯ଟି ଟିକା ପରୀକ୍ଷଣ ପର୍ଯ୍ୟାୟରେ ଅଛି। ଟିକା ଉପଲବ୍ଧ ହେଲେ ସମସ୍ତଙ୍କୁ ଟିକା ବଣ୍ଟନ ନେଇ ସୁନିଶ୍ଚିତ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

Share