ଦୀପାବଳୀ ସୁଦ୍ଧା କମିଯିବ କରୋନା ସଂକ୍ରମଣ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ସଂକ୍ରମଣ ଏବେ ବେଳକୁ ବେଳ ବଢି ଚାଲିଛି। ସଂକ୍ରମିତଙ୍କ ତୁଳନାରେ ସୁସ୍ଥତାହାର ମଧ୍ୟ ବଢିଛି। ହେଲେ ବର୍ଦ୍ଧିତ ସଂକ୍ରମଣକୁ ଦେଖି ଲୋକେ ଏବେବି କରୋନା ଭାଇରସ ନାଁ ଶୁଣି ଭୟ କରି ଯାଉଛନ୍ତି। ହେଲେ କରୋନା ଭାଇରସର ସଂକ୍ରମଣକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି ଚଳିତ ବର୍ଷ ଦୀପାବଳୀ ବେଳକୁ ଦେଶରେ ସଂକ୍ରମଣ କମିଯାଇଥିବ। ଅନନ୍ତ କୁମାର ଫାଉଣ୍ଡେଶନ ଦ୍ୱାରା ଆୟୋଜିତ ଓ୍ବେନର ସିରିଜ ‘ନେଶନ ଫାଷ୍ଟ’ର ଉଦ୍‌ଘାଟନୀ ଉତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି। ଏବେ ଦେଶ ଏହି ମହାମାରୀ ସହ ଖୁବ୍‌ ଲଢୁଛି। ତେଣୁ ଦୀପାବଳୀ ବେଳକୁ ଏହା କମ୍‌ ହୋଇ ଯାଇଥିବ। ତେବେ ଏହି ମହାମାରୀ ଆମକୁ ବହୁତ କିଛି ଶିଖାଇଲା। ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି କହିଲା ଏହି କରୋନା ଭାଇରସ। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ କରୋନା ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share