କରୋନା ସଂକ୍ରମଣ: ଏବେ ଦୁଇ ନମ୍ବରରେ ବ୍ରାଜିଲ

ବ୍ରାସିଲିୟା,୧୪ ।୩: ପୁଣିଥରେ କିଛି ଦେଶରେ କରୋନା ମହାମାରୀ ବ୍ୟାପିବା ଆରମ୍ଭ କରିଛି । ବ୍ରାଜିଲରେ ଯେଉଁ ପରିମାଣରେ କରୋନା ବ୍ୟାପୁଛି ତାହା ଏବେ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ପ୍ରତିଦିନ ଏଠାରୁ ପ୍ରାଖାପାଖି ୭୦ ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା କୁହାଯାଇଛି । ସେହିପରି ପାଖାପାଖି ୨ ହଜାର ଲୋକଙ୍କର ଏହି ସଂକ୍ରମଣରେ ମୃତ୍ୟୁ ବି ହେଉଛି । ଶନିବାର ବ୍ରାଜିଲ ଭାରତକୁ ପଛରେ ପକାଇ ସଂକ୍ରମଣ ତାଲିକାରେ ଦୁଇ ନମ୍ବରକୁ ଉଠିଯାଇଛି । ମୃତ୍ୟୁ ମାମଲାରେ ଏହା ଆଗରୁ ୨ ନମ୍ବରରେ ରହିଛି । ତେବେ କରୋନା ସଂକ୍ରମଣ ମାମଲାରେ ଏବେବି ଆମେରିକା ଏକ ନମ୍ବରରେ ରହିଛି । ବ୍ରାଜିଲରେ କରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତା ବ୍ୟକ୍ତ କରିଛି । କହିଛି ବ୍ରାଜିଲ କରୋନା ସଂକ୍ରମଣକୁ ରୋକିବାକୁ କଡା ପଦକ୍ଷେପ ନେବା ଦରକାର ।

Share