Categories: ଜାତୀୟ

ଟିକା ପରେ ୮ ମାସ ରହିବ କୋଭିଡ୍‌ ଆଣ୍ଟିବଡି

ନୂଆଦିଲ୍ଲୀ, ୧୩।୨: କୋଭିଡ୍‌ ଟିକା ନେବା ପରେ ଶରୀରରେ ଆଣ୍ଟିବଡି ୮ ମାସ କିମ୍ବା ଏହାଠାରୁ ଅଧିକ ସମୟ ସକ୍ରିୟ ରହିବ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ ଶୁକ୍ରବାର କହିଛନ୍ତି। ବୈଜ୍ଞାନିକମାନେ ଭାକ୍ସିନ୍‌ର ଦୀର୍ଘମିଆଦୀ ସୁରକ୍ଷା ଉପରେ ଅନୁଧ୍ୟାନ କରୁଛନ୍ତି। କୋଭିଡ୍‌-୧୯ ଜାତୀୟ ଟାସ୍କଫୋର୍ସ ସଦସ୍ୟ ଥିବା ଗୁଲେରିଆ ପୂର୍ବରୁ ଟିକା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଟୁଇଟରରେ ଦେଇଥିଲେ। ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୧୪ ଦିନ ପରେ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥାଏ। କରୋନା ଭୂତାଣୁ ବିରୋଧରେ ଏହି ସୁରକ୍ଷା କେତେଦିନ ରହିବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଅନୂ୍ୟନ ୮ ମାସ କିମ୍ବା ତାହାଠାରୁ ଅଧିକ ରହିବା ବିଶ୍ୱାସ କରାଯାଉଛି। ଭାରତରେ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭୫ ଲକ୍ଷରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାମାନେ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ନେଇସାରିଲେଣି। ମାର୍ଚ୍ଚରୁ ୫୦ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ।

Share