ଖୋଲିବ ଅଷ୍ଟ୍ରେଲିଆ ସୀମା

ସିଡନୀ,୭।୨: କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୨୧ରୁ ସୀମା ସମସ୍ତଙ୍କ ପାଇଁ ଖୋଲିବାକୁ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଜାତୀୟ ସୁରକ୍ଷା କ୍ୟାବିନେଟ ବୈଠକରେ ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ସେ ଅଷ୍ଟ୍ରେଲିଆର ସୀମା ଯାତ୍ରୀମାନଙ୍କ ଖୋଲାଯିବ ବୋଲି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ମହାମାରୀ କରୋନା ଆରମ୍ଭ ହେବା ଦିନଠାରୁ ଅର୍ଥାତ୍‌ ପ୍ରାୟ ୨ ବର୍ଷ ତଳେ ଅଷ୍ଟ୍ରେଲିଆ ସରକାର ସାଧାରଣ ଯାତ୍ରୀଙ୍କ ପାଇଁ ଦେଶର ସୀମାକୁ ବନ୍ଦ କରି ଦେଇଥିଲେ। ଏଥିସହ କ କଟକଣା ମଧ୍ୟ ଲଗାଇଥିଲେ। ଏବେ ପ୍ରାୟ ୨ ବର୍ଷ ପରେ ସରକାର କଟକଣା ହଟାଇବାକୁ ଯାଉଛନ୍ତି।

Share