ଭୁବନେଶ୍ୱର,୧୪।୯(ବ୍ୟୁରୋ)-କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ କୋଭିଡ୍ କେୟାର ସେଣ୍ଟର(ସିସିସି), ଟେମ୍ପରାରି ମେଡିକାଲ ସେଣ୍ଟର (ଟିଏମ୍ସି) ଓ କୋଭିଡ୍ କେୟାର ହୋମ୍ (ସିସିଏଚ୍)ର ବ୍ୟବସ୍ଥା କରିଥିଲେ। କିନ୍ତୁ ଏବେ ଟିଏମ୍ସି ଓ ସିସିଏଚ୍ଗୁଡ଼ିକ ଖାଲି ପଡୁଛି। ସେଠାକୁ ରୋଗୀ ଆସୁନାହାନ୍ତି। ତେଣୁ ଏସବୁ ସେଣ୍ଟରକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯେଉଁସବୁ ସିସିସିରେ ରୋଗୀ ନାହାନ୍ତି ସେଗୁଡ଼ିକ ମଧ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।