Categories: ଜାତୀୟ

ରାତାରାତି ରାଜସ୍ଥାନରେ ଛିଡ଼ା ହେଲା କୋଭିଡ୍‌ କେୟାର ସେଣ୍ଟର

ଜୟପୁର, ୯ା୫ : ଦେଶରେ କରୋନା ଯୋଗୁ ହା ହା କାର ସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜସ୍ଥାନରୁ ଆସିଛି ଏକ ଭଲ ଖବର। ରାଜ୍ୟର ବାରମେର ଜିଲାର ଗ୍ରାମ୍ୟଞ୍ଚଳରେ ୪୮ ଘଣ୍ଟାରେ ନିର୍ମିତ ହୋଇଛି ଦୁଇଟି କୋଭିଡ୍‌ କେୟାର ସେଣ୍ଟର।

ଉଭୟ କୋଭିଡ୍‌ କେୟାର ସେଣ୍ଟର ଅସ୍ଥାୟୀ ବଙ୍କର୍ସରେ ପ୍ରସ୍ତୁତ ହୋଇଛି। ତୈଳ ଓ ପେଟ୍ରୋଲ କମ୍ପାନୀ ପାଇଁ ଟେମ୍ପରାରି ବେସ ନିର୍ମାଣ କରିବାର ଅଭିଜ୍ଞତା ଥିବା ସମରିଟାନ୍ସଙ୍କ ସହ ସ୍ଥାନୀୟ ବିଧାୟକ ସାହାଯ୍ୟରେ ଏହା ସମ୍ଭବ ହୋଇପାରିଛି।

ସରକାରଙ୍କ ବିନା ଆର୍ଥିକ ସହାୟତାରେ ନିର୍ମିତ ଅସ୍ଥାୟୀ କେନ୍ଦ୍ରରେ ରହିଛି ୧୨୫ ବେଡ୍‌। ଏଠାରେ ସ୍ଥାନୀୟ ଆକ୍ରାନ୍ତଙ୍କୁ ଦିଆଯିବ ପ୍ରାଧାନ୍ୟତା। ଆଉ ଗୁରୁତର ଆକ୍ରାଙ୍କ ପାଇଁ ଉଭୟ କେନ୍ଦ୍ରରେ ମୋଟ ୫୫ଟି ଅକ୍ସିଜେନ ବେଡ୍‌ ରହିଛି। ତେବେ ଏଭଳି ଅସ୍ଥାୟୀ କେନ୍ଦ୍ର ନିର୍ମାଣ ପାଇଁ ସମ୍ପୂଣ୍ଣର୍ର୍ ସହଯୋଗ କରିଥିଲେ କଂଗ୍ରେସ ବିଧାୟକ ହରିଶ ଚୌଧାରୀ। ଆଉ ଏଥି ନେଇ ସେ ରାଜ୍ୟ ସରକାରଙ୍କ ଠାରୁ ଗୋଟିଏ ଟଙ୍କା ନେଇ ନ ଥିବା କହିଛନ୍ତି।

Share