Categories: ଜାତୀୟ

୫୩ ଦିନ ପରେ ମୃତ୍ୟୁ ସଂଖ୍ୟା ୨ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୬୨,୪୮୦ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୫୮୭ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨,୯୭,୬୨,୭୯୩ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୨, ୮୫,୮୦,୬୪୭ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୭ଲକ୍ଷ ୯୮ହଜାର ୬୫୬ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩,୮୩,୪୯୦କୁ ବୃଦ୍ଧି ପାଇଛି।

Share